ପୁରୀ ଜଗନ୍ନାଥ ମନ୍ଦିରରେ ଦିବ୍ୟାଙ୍ଗ ଭକ୍ତମାନଙ୍କ ପାଇଁ ସହଜରେ ପରିଦର୍ଶନ କରାଯିବ ସହ ଭିତର କାଠ ନିକଟରେ ଡିଟାଚେବୁଲ ରାମ୍ପ ବା ଅଲଗା ହୋଇପାରୁଥିବା ରାମ୍ପ ବ୍ୟବସ୍ଥା କରାଯିବ । ଓଡିଶା ସେତୁ ନିର୍ମାଣ ନିଗମ (ଓବିସିସି) ପକ୍ଷରୁ ଏହି ଡିଟାଚେବୁଲ ରାମ୍ପ ନମୁନା ପ୍ରଦର୍ଶନ କରାଯାଇଛି । ସେହିପରି ଦିନରେ କିଛି ସମୟ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରିବା ନେଇ ଯୋଜନା କରାଯାଉଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଅଣାଯିବା ସହ ଶୃଙ୍ଖଳିତ ଦର୍ଶନ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି। ଗତ ମାସ ୩୦ ତାରିଖରେ ବସିଥିବା ପରିଚାଳନା କମିଟି ବୈଠକରେ ଏ ନେଇ ଆଲୋଚନା ହୋଇଥିଲା । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ପରମ୍ପରା ଓ ସେବା ପୂଜାକୁ ବ୍ୟାଘାତ ନକରି ଏହି ଶୃଙ୍ଖଳା ଅଣାଯିବ। ନାଟମଣ୍ଡପରେ ସିନ୍ଦୁକ ଓ ଆଲମିରା କଢ଼ାଯିବ ସହ ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯିବ । ମହିଳା, ଛୋଟ ଶିଶୁ,,ବୃଦ୍ଧ ବୃଦ୍ଧା ପାଇଁ ସ୍ୱତନ୍ତ୍ର ସ୍ୱତନ୍ତ୍ର ଲାଇନ୍ ବ୍ୟବସ୍ଥା କରାଯିବ ।