ଭୁବନେଶ୍ୱର: ସ୍ଥାନୀୟ ନିଳାଦ୍ରୀବିହାରସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍ଡୋର ଷ୍ଟଡିୟମ୍ଠାରେ ଚାଲିଥିବା ୟୋନେକ୍ସ ସନ୍ରାଇଜ୍ ୪୭ତମ ୧୯ ବର୍ଷରୁ କମ୍ ଜାତୀୟ କନିଷ୍ଠ ବ୍ୟାଡ୍ମିଣ୍ଟନ୍ ଚମ୍ପିଆନସିପରେ ଓଡ଼ିଶା ଖେଳାଳିମାନେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ବାଳିକା ଏକକ ବର୍ଗରେ ଓଡ଼ିଆ ଖେଳାଳି ତନଭୀ ତାମିଲନାଡ଼ୁର ପ୍ରକ୍ରିତି ଭରତଙ୍କଠାରୁ ୨୧-୧୩, ୨୦-୨୨, ୨୦-୨୨ରେ ପରାସ୍ତ ହୋଇଛନ୍ତି। ସେହିଭଳି ବାଳିକା ଡବଲସରେ ଓଡ଼ିଶାର ବିଶାଖା ଟୋପ୍ପୋ-ପ୍ରଗତି ପରିଡ଼ା ମଧ୍ୟ ଫାଇନାଲ୍ ପର୍ଯ୍ୟାୟକୁ ଯାଇ ପାରି ନଥିଲେ।
ଓଡ଼ିଶା ବ୍ୟାଡମିଣ୍ଟନ୍ ସଂଘ (ଓସ୍ବା) କାର୍ଯ୍ୟକାରିଣୀ ସଦସ୍ୟ ସୁରୁଲାଲ ମଟାରିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଚମ୍ପିଆନସିପରେ ଆୟୋଜକ କମିଟି ସଦସ୍ୟ କମଲଦାସ, କାର୍ତ୍ତିକ ଦାସ, ମନୋରଞ୍ଜନ ପଣ୍ଡା, ପ୍ରୀତପାଲ ସିଂ, ଅବଦୁଲ ହାକିମଙ୍କ ଦ୍ୱାରା ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ରେଫରି, ବୈଷୟିକ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।