ନୂଆଦିଲ୍ଲୀ,୩୦।୧୧: କ୍ରିକେଟ ଖେଳରେ ମ୍ୟାଚ ଫିକ୍ସିଂ ଏକ ବଡ ଅପରାଧ ହୋଇଥିବା ବେଳେ ଏହି ଅପରାଧ ପାଇଁ ଦକ୍ଷିଣ ଆଫ୍ରିକାର ୩ କ୍ରିକେଟର୍ଙ୍କୁ ଗିରଫ କରଯାଇଛି।
ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକାରେ ୮ ବର୍ଷ ପୂର୍ବର ମ୍ୟାଚ ଫିକ୍ସିଂ ଅଭିଯୋଗର ନିଷ୍ପତ୍ତି ନେଇ ଡିପିସିଆଇ ତିନି ପୂର୍ବତନ କ୍ରିକେଟରଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଥାମି ସୋଲେକିଲ, ଲୋନାଭୋ ସୋଟୋସୋବେ ଏବଂ ଏଥୀ ମବାଲାଟି। ୩ ଜଣଙ୍କ ବିରୁଦ୍ଧରେ ୨୦୧୫-୧୬ରେ ଟି-୨୦ ରାମ ସ୍ଲାମ ଚ୍ୟାଲେଞ୍ଜ ଟୁର୍ନାମେଣ୍ଟରେ ମ୍ୟାଚ ଫିକ୍ସିଂରେ ଜଡିତ ଥିବା ଅଭିଯୋଗ ହେବାପରେ ତଦନ୍ତ ଚାଲିଥିଲା । ଏହାର ଶୁଣାଣି ପରେ ୧୮, ୨୮ ଏବଂ ୨୯ ନଭେମ୍ବରରେ ତିନିଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।