ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ବିଶ୍ୱନାଥଙ୍କ ଭଡ଼ା ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । କହିରଖୁଛୁ ପୌରପାଳିକା ଯନ୍ତ୍ରୀ ଭାବରେ ଦାୟିତରେ ଅଛନ୍ତି ବିଶ୍ୱନାଥ ।ସୂଚନା ଥାଉକି ଏହି ଚଢ଼ାଉ ଟିମରେ ଅତିରିକ୍ତ ଏସପି, ୨ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ । ଗଞ୍ଜାମ ଏବଂ ଭୁବନେଶ୍ୱରର ୬ଟି ସ୍ଥାନରେ ଚଢ଼ାଉ ଚାଲିଛି । ନିର୍ବାହୀ ଯନ୍ତ୍ରୀଙ୍କ ଜୟପୁର ସ୍ଥିତ ୩ ମହଲା ଘର, ବେଲଗୁଣ୍ଠା ସ୍ଥିତ ପୈତୃକ ଘର, ଜୟପୁର ବ୍ଲକ ଏବଂ ମୁନିସିପାଲିଟିରେ ଥିବା କାର୍ଯ୍ୟାଳୟ, ବିଶ୍ୱନାଥଙ୍କ ପତ୍ନୀଙ୍କ ଜୟପୁର ସ୍ଥିତ କାର୍ଯ୍ୟାଳୟ ଏବଂ ନିଳାଦ୍ରୀ ବିହାରରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା ।