ମସ୍କୋ: ପ୍ରଧାନମନ୍ତ୍ରୀ ପ୍ରଶଂସାରେ ପୋତି ପକାଇଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ମୋଦୀଙ୍କ ନେତୃତ୍ବାଧୀନ ‘ମେକ୍ ଇନ୍ ଇଣ୍ଡିଆ’, ଭାରତର ଅର୍ଥନୈତିକ ପଦକ୍ଷେପ ତଥା ଭାରତରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ (ଏମଏସଏମଇ) ପାଇଁ ସ୍ଥିର ସ୍ଥିତି ସୃଷ୍ଟି କରିବା ମୋଦୀଙ୍କୁ ପାଇଁ ପ୍ରଶଂସା କରିଛନ୍ତି ପୁଟିନ୍।
ପୁଟିନ୍ ମସ୍କୋରେ ଆୟୋଜିତ ଭିଟିବି ନିବେଶ ଫୋରମକୁ ସମ୍ବୋଧିତ କରି ରୁଷିଆର ଆମଦାନୀ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଏବଂ ଭାରତର “ମେକ୍ ଇନ୍ ଇଣ୍ଡିଆ” ପଦକ୍ଷେପ ମଧ୍ୟରେ ସମାନତା ଦର୍ଶାଇ ଭାରତରେ ଉତ୍ପାଦନ କାର୍ଯ୍ୟ ଆରମ୍ଭ କରିବାକୁ ରୁଷ୍ ର ଆଗ୍ରହ ଥିବା ପ୍ରକାଶ କରିଥିଲେ। ଏହାସହିତ ଭାରତରେ ରୁଷର ଉତ୍ପାଦନସ୍ଥଳୀ କରିବାକୁ ପ୍ରସ୍ତୁତ ଥିବା କହିବା ସହିତ ଭାରତରେ ପୁଞ୍ଜିନିବେଶ ଲାଭଦାୟକ ସାବ୍ୟସ୍ତ ହେବ ବୋଲି କହିଥିଲେ।
ପ୍ରକାଶଥାଉ କି, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସଏମଇ)ର ବିକାଶ ପାଇଁ ବ୍ରିକ୍ସ ରାଷ୍ଟ୍ର ମଧ୍ୟରେ ସହଯୋଗ ବୃଦ୍ଧି ପ୍ରସଙ୍ଗରେ ଏହି ଫୋରମରେ ଆଲୋକପାତ କରିଥିଲେ। ଏହାସହିତ ପାଶ୍ଚାତ୍ୟ ବ୍ରାଣ୍ଡଗୁଡିକର ସ୍ଥାନ ନେଉଥିବା ନୂତନ ରୁଷୀୟ ବ୍ରାଣ୍ଡର ଆବିର୍ଭାବ, ଉପଭୋକ୍ତା ସାମଗ୍ରୀ, ଆଇଟି, ହାଇ-ଟେକ୍ ଏବଂ କୃଷି ଭଳି କ୍ଷେତ୍ରରେ ସ୍ଥାନୀୟ ରୁଷୀୟ ନିର୍ମାତାଙ୍କ ସଫଳତା ବିଷୟରେ ଆଲୋକପାତ କରିଥିଲେ।