ଫୁଲବାଣୀ: କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ (ନେହେରୁ ଯୁବ କେନ୍ଦ୍ର) ପକ୍ଷରୁ ଫୁଲବାଣୀର ଜ଼ିଲ୍ଲା କ୍ରୀଡା ଖେଳ ପଡିଆ ଠାରେ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ନାୟକ ଯୋଗଦେଇ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିଭିନ୍ନ ବିଭାଗ କ୍ରୀଡ଼ାରେ ଭାଗ ନେଇଥିବା କ୍ରୀଡ଼ାପ୍ରେମୀ ମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଫୁଲବାଣୀ ର ବରିଷ୍ଠ ଫୁଟବଲ ଖେଳାଳି ତଥା ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରି ଉତ୍ତମ ପ୍ରଦର୍ଶନ ଜଣେ ଖେଳାଳିକୁ ଭବିଷ୍ୟତରେ ସୁନାମ ଅର୍ଜନ କରିବାରେ ସାହାଯ୍ୟ କରିଥାଏ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଓଡିଶା ପୋଲିସ ର ପ୍ରକାଶ ଚନ୍ଦ୍ର କହଁର, ଖେଳ ଶିକ୍ଷକ ମିଲନ କୁମାର ସାହୁ, ଅମୀର ବେହେରା, ପ୍ରଶାନ୍ତ ଦାଶ ଏବଂ ନେହରୁ ଯୁବ କେନ୍ଦ୍ର, ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳବେହେରା ଯୋଗ ଦେଇଥିଲେ।
ଏହି ଅବଧି ମଧ୍ୟରେ ଫୁଟବଲ, କବାଡି, ବ୍ୟାଡ଼ମିଣ୍ଟନ, ସ୍ଲୋ ସାଇକେଲ ରେସ, ଆଥଲେଟିକ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲାl ଫାଇନାଲ ଫୁଟବଲ ମ୍ଯାଚ ବୁଲୁଙ୍ଗି ଟିମ ଓ ଫୁଲବାଣୀ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ୧-୦ ଗୋଲରେ ଫୁଲବାଣୀ ଟିମ ବୁଲୁଙ୍ଗି ଟିମକୁ ପରାସ୍ତ କରି ଚମ୍ପିଆନ ହୋଇଥିଲେ l ବିଜେତା ମାନଙ୍କୁ ଖ୍ୟ ଅତିଥି ଙ୍କ ଦ୍ଵାରା ଟ୍ରଫି ଓ ପ୍ରଣାମ ପତ୍ର ପ୍ରଦାନ କରାଯାଇ ଥିଲା l ଏହାସହିତ ସେମାନେ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବେ ବୋଲି ନେହରୁ ଯୁବ କେନ୍ଦ୍ର, ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ସୂଚନା ଦେଇଥିଲେ। ଏହି ଅବସରରେ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ସ୍ୱାଗତ କରିଥିବା ବେଳେ ରତ୍ନାକର ବିନ୍ଧାଣୀ ଧନ୍ୟବାଦ ଅର୍ପଣ କରିଥିଲେ l