ପ୍ରତ୍ୟେକ ଘରେ ପିଆଜ ବ୍ୟବହାର କରାଯାଏ । ତରକାରୀ ହେଉ କି ସାଲାଡ ସବୁଥିରେ ପିଆଜ ବ୍ୟବହାର କରାଯାଏ । ପିଆଜ କଞ୍ଚା କିମ୍ବା ରନ୍ଧା ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇଥାଏ । ଏଥିରେ ପୋଟାସିୟମ୍, କାର୍ବୋହାଇଡ୍ରେଟ୍, ସୋଡିୟମ୍, ଭିଟାମିନ୍ ସି ,କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍ ଇତ୍ୟାଦି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଅନେକ ଥର, ପିଆଜ କାଟିବାବେଳେ, ଆପଣ ହୁଏତ ଧ୍ୟାନ ଦେଇଥିବେ ଯେ ଏହାର ଚୋପା କିମ୍ବା ଭିତର ଅଂଶରେ କଳା ଦାଗ ରହିଥାଏ । ଏପରି ପରିସ୍ଥିତିରେ, ପ୍ରଶ୍ନ ଉଠୁଛି ଯେ ପିଆଜରେ ଏହି କଳା ଦାଗ କ’ଣ ପାଇଁ ହୋଇଥାଏ । ଏହା ସହ ଏହି ପିଆଜକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ କି ? ତାହେଲେ ଆସନ୍ତୁ ଜାଣିବା କଳା ଦାଗ ଥିବା ପିଆଜ ଖାଇବାର ଦ୍ୱାରା କ’ଣ ସବୁ କ୍ଷତି ହୋଇଥାଏ ।
ଯେଉଁମାନଙ୍କର ପୂର୍ବରୁ ଆଲର୍ଜି ଥାଏ ସେମାନେ ଏହି ପ୍ରକାର ପିଆଜ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ବିଶେଷ କରି ଶ୍ୱାସ ରୋଗୀ ପାଇଁ ଏହା କ୍ଷତିକାରକ ହୋଇଥାଏ । ଏପରି ପରିସ୍ଥିତିରେ ପିଆଜକୁ ଏହାର ଗୋଟିଏ କିମ୍ବା ଦୁଇଟି ସ୍ତର ବାହାର କରିବା ପରେ ଖାଇବା ଉଚିତ । ଯଦି ଏପରି ନ କରୁଛନ୍ତି ତାହେଲେ ଆପଣ ପିଆଜ କିଣିବା ସମୟରେ ଆପଣ ଭଲ ଭାବେ ଦେଖିକି କିଣନ୍ତୁ । ଯଦି ଆପଣ ଫ୍ରିଜରେ ପିଆଜ ରଖୁଛନ୍ତି, ତା’ହେଲେ ଏଥିରେ କଳା ଦାଗ ଥିବା ପିଆଜ ରହିବା ଉଚିତ୍ ନୁହେଁ । ନଚେତ୍ ଏହା ଅନ୍ୟ ଖାଦ୍ୟ ସାମଗ୍ରୀ ସହିତ ମିଶି ଖରାପ ହୋଇଯାଇପାରେ । ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦଜନକ । ଏହାକୁ ଖାଇବା ଦ୍ୱାରା ମୁଣ୍ଡବିନ୍ଧା, ବାନ୍ତି, ପେଟ ଯନ୍ତ୍ରଣା, ଝାଡ଼ା ଇତ୍ୟାଦି ସମସ୍ୟା ସୃଷ୍ଟି ହୋଇପାରେ । ସେଥିପାଇଁ ଯଦି ଉପର ଚୋପା ଉପରେ କଳାଦାଗ ଥାଏ ତେବେ ଏହାକୁ ବାହାର କରିଦିଅନ୍ତୁ, କିନ୍ତୁ ଯଦି ପିଆଜର ଭିତର ସ୍ତର ମଧ୍ୟ କଳା ଥାଏ ତେବେ ଏହାକୁ ଖାଇବା ଠାରୁ ଦୂରେଇ ରୁହନ୍ତୁ ।