ଶନିବାର ସିଏଚଏସଇ ପକ୍ଷରୁ ରାଜ୍ୟରେ +୨ ଦୁଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ଡିସେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ ଇଣ୍ଟରନାଲ ପରୀକ୍ଷା ହେବାକୁ ଥିବାବେଳେ ୨୦୨୫ ଜାନୁଆରୀ ୨ରୁ ୧୨ ଭିତରେ ପ୍ରାକ୍ଟିକାଲ ପରୀକ୍ଷା ହେବା ନେଇ ଘୋଷଣା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା।
ସୂଚନାଯୋଗ୍ୟ ଯେ, ସିଏଚଏସଇ ପକ୍ଷରୁ +୨ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଆସନ୍ତା ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ଭିତରେ ମୁଖ୍ୟ ପରୀକ୍ଷା ହେବା ନେଇ ଘାଷଣା କରାଯାଇଛି। ତେବେ ସମସ୍ତ ଷ୍ଟ୍ରିମର ଫଳାଫଳ ପରୀକ୍ଷା ସରିବାର ଦେଢ଼ମାସ ମଧ୍ୟରେ ବାହାରିବ। ଏବେ ଫର୍ମ ଫିଲ ଅପ୍ ଚାଲିଥିବା ବେଳେ ୭୫ପ୍ରତିଶତ ଉପସ୍ଥାନ ନଥିଲେ ଆଡମିଟ କାର୍ଡ ମିଳିବନି ବୋଲି ସୂଚନା ଦିଆଯାଇଛି। ଏହାସହିତ ଯେଉଁ କଲେଜରେ ପିଲାମାନଙ୍କ ଉପସ୍ଥାନ କମ ଥିବ ସେମାନଙ୍କୁ ଶ୍ରେଣୀକୁ ଆଣିବାକୁ କଲେଜ ଅଧ୍ୟକ୍ଷଙ୍କୁ ସଚେତନ କରିବାକୁ କୁହାଯାଇଛି।