ଇସଲାମାବାଦ: ଶୁକ୍ରବାର ପାକିସ୍ତାନର ଆଫଗାନ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଚେକ ପୋଷ୍ଟ ପାଖରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ତାଲିବାନ ଆତଙ୍କବାଦୀମାନଙ୍କ ଦ୍ୱାରା ହୋଇଥିବା ବେଳେ ଖାଇବର ପଖତୁନଖୱା ପ୍ରଦେଶ ଅଞ୍ଚଳ ଅନ୍ତର୍ଗତ ଡେରା ଇସମାଇଲ୍ ଖାଁ ଜିଲ୍ଲାରେ ଏହି ଆକ୍ରମଣ କରିଛନ୍ତି ତାଲିବାନ ଆତଙ୍କବାଦୀ । ଏହି ଆକ୍ରମଣରେ ପ୍ରାୟ ୧୦ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳେ ଆତଙ୍କବାଦୀମାନେ ପୁଲିସ ସହାୟକ ବାହିନୀ ଫ୍ରଣ୍ଟିୟର କନଷ୍ଟେବୁଲାରିର ଏକ ଚେକ୍ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ଏହାପରେ ସୁରକ୍ଷାବାହିନୀ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇ ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟ ଗୁଳିବିନିମୟ ହୋଇଥିଲା। ତେବେ ଏଥିରେ ୧୦ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବାବେଳେ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ତେହରିକ-ଇ-ତାଲିବାନ ପାକିସ୍ତାନ ନିଜକୁ ଦାୟୀ କରିଛି।