ମିରାନଶାହ: ପାକିସ୍ତାନୀ ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛି । ଗତ ୧୨-୧୩ରେ ପାକିସ୍ତାନ ସୁରକ୍ଷା ବାହିନୀ ପକ୍ଷରୁ ହୋଇଥିବା ଆତଙ୍କବାଦୀ ବିରୋଧୀ ସୈନ୍ୟ ଅଭିଯାନରେ ୧୨ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା। ଖୈବର ପଖତୁନଖୱା ଏବଂ ବଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀଙ୍କ ବିରୋଧରେ ସୈନ୍ୟ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଦୁଇଟି ଆତଙ୍କବାଦ ବିରୋଧୀ ଅଭିଯାନରେ ମୋଟ ୧୨ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା ।
ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଖୈବର ପଖତୁନଖୱା ଏବଂ ବଲୁଚିସ୍ତାନ ପ୍ରଦେଶ ପାକିସ୍ତାନର ଅଶାନ୍ତ ଅଞ୍ଚଳ ହୋଇଥିବା ବେଳେ ଆତଙ୍କବାଦୀମାନଙ୍କ ବିରୋଧରେ ଏଠାରେ ଅଭିଯାନ ଜାରି ରହିଛି । ପାକିସ୍ତାନ ସୈନ୍ୟ ବାହିନୀ ଖୈବର ପଖତୁନଖୱାର ମିରାନଶାହ ଜିଲ୍ଲାରେ ନଭେମ୍ବର ୧୨ ଏବଂ ୧୩ରେ ପ୍ରଥମ ଅଭିଯାନ ଆରମ୍ଭ କରିଥିଲା। ସେନାବାହିନୀ ପକ୍ଷରୁ ହୋଇଥିବା ଏନକାଉଣ୍ଟରରେ ଉତ୍ତର ୱଜିରିସ୍ତାନ ଅଞ୍ଚଳରେ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାସହ ୬ ଜଣ ଆତଙ୍କବାଦୀ ଆହତ ମଧ୍ୟ ହୋଇଛନ୍ତି ।
ଅପରପକ୍ଷରେ ପାକିସ୍ତାନୀ ସେନାର ମିଡିଆ ଶାଖା ‘ଇଣ୍ଟର-ସର୍ଭିସେଜ୍ ପବ୍ଲିକ ରିଲେଶନ୍ସ (ଆଇଏସପିଆର୍)’ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେନା ବାହିନୀ ପକ୍ଷରୁ ହୋଇଥିବା ଦ୍ୱିତୀୟ ଅଭିଯାନରେ ସୁରକ୍ଷା ବାହିନୀ ବଲୁଚିସ୍ତାନର କେଚ ଜିଲ୍ଲାସ୍ଥିତ ବଲଗାତର ଏକ ଆତଙ୍କୀ ଠିକଣାକୁ ଟାର୍ଗେଟ୍ କରିଥିଲା । ଏଠାରେ ସେନା ବାହିନୀ କୁଖ୍ୟାତ ଆତଙ୍କବାଦୀ ସନା ଓରଫ୍ ବାରୁଙ୍କ ସମେତ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନାଥାଉ କି, କେଚରେ ‘ମଜିଦ୍ ବ୍ରିଗ୍ରେଡ୍’ ପାଇଁ ଆତଙ୍କବାଦୀ ନିଯୁକ୍ତ କରିବାରେ ବାରୁ ଜଣେ ପ୍ରମୁଖ ଏଜେଣ୍ଟ ଥିବା ବେଳେ ସେ ବିଶେଷ ଭାବେ ଆତ୍ମଘାତୀ ଆକ୍ରମଣକାରୀଙ୍କୁ ନିଯୁକ୍ତ କରୁଥିଲେ।