ନୂଆଦିଲ୍ଲୀ: ପୂଜାସ୍ଥଳୀ ଆଇନର ସାମ୍ବିଧାନିକ ବୈଧାତାକୁ ଚ୍ୟାଲେଞ୍ଜ କରି ହୋଇଥିବା ଅବେଦନଗୁଡିକ ବିରୋଧରେ ବାରଣାସୀସ୍ଥିତ ଜ୍ଞାନବାପୀ ମସଜିଦ୍ ପରିଚାଳନା କମିଟି ସୁପ୍ରିମକୋର୍ଟରେ ଏକ ଆବେଦନ କରିଛି। ସେହି ଆବେଦନଗୁଡିକୁ ଅନୁମତି ଦେବା ଦ୍ବାରା ତାହାର ପରିଣତି ବିଧ୍ବଂସକ ହୋଇପାରେ ବୋଲି କମିଟି ଆଶଙ୍କା ବ୍ୟକ୍ତ କରିଛି। ଆବେଦନରେ କମିଟି ୟୁପିର ସମ୍ଭଲଠାରେ ଘଟିଥିବା ହିଂସା ପ୍ରସଙ୍ଗ ଉଠାଇଛି। ଏଥିରେ କୁହାଯାଇଛି ଯେ ସାହି ଜାମା ମସ୍ଜିଦରେ ସର୍ଭେ ପାଇଁ କମିଶନର ନିଯୁକ୍ତ ନେଇ ଆବଦେନ ଆସିବା ଦିନ ହିଁ ତାହାକୁ ମଞ୍ଜୁରୀ ଦିଆଯାଇଥିଲା। ଯାହାକୁ ନେଇ ହିଂସା ଉପୁଜିଥିଲା। ବିଗତ ବର୍ଷଗୁଡିକରେ ବିଭିନ୍ନ ମସ୍ଦିଜ ଓ ଦରଘାକୁ ପୁରାତନ ମନ୍ଦିର ବୋଲି ଦାବି କରାଯାଇଛି। ଏଭଳି ଦାବି କରିଥିବା ଆବେଦନକାରୀମାନେ ସାମ୍ପ୍ରଦାୟିକ ତତ୍ତ୍ବ। ପୁରାତନ କାଳର ଶାସକଙ୍କ ଦ୍ବାରା ନିର୍ମିତ ଏହି ସ୍ଥଳୀଗୁଡିକୁ ସମ୍ବନ୍ଧରେ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟରେ ସମାଧାନ କରାଯାଇପାରିବ ନାହିଁ। ୧୯୯୧ରେ ଆସିଥିବା ପୂଜାସ୍ଥଳୀ ଆଇନର ସାମ୍ବିଧାନିକ ବୈଧାତାକୁ ଚ୍ୟାଲେଞ୍ଜ କରିବା ନେଇ ଆବେଦନକାରୀ ଯେଉଁ କାରଣ ଦର୍ଶାଇଛନ୍ତି ତାହା ମଧ୍ୟ ପର୍ଯ୍ୟାପ୍ତ ନୁହେଁ ବୋଲି କମିଟି ଦର୍ଶାଇଛି। ଅଯୋଧ୍ୟା ରାୟ ପ୍ରସଙ୍ଗ ଉଠାଇ କମିଟି ଆହୁରି ଯୁକ୍ତି ବାଢିଛି ଯେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ କହିଥିଲେ ହିନ୍ଦୁ ପୂଜା ସ୍ଥଳୀ ବିରୋଧରେ ମୋଗଲ ଶାସକମାନଙ୍କ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧୀୟ ଆବେଦନ ଉପରେ କୋର୍ଟ ଶୁଣାଣି କରିପାରିବେ ନାହିଁ। ଏ ନେଇ ବର୍ତ୍ତମାନର ଆଇନ ପର୍ଯ୍ୟାପ୍ତ ନୁହେଁ। ଇତିହାସରେ ଘଟିଯାଇଥିବା କାର୍ଯ୍ୟଗୁଡିକୁ ବିଚାର କରିବା ନୈତିକତା ଦୃଷ୍ଟିରୁ ଭୁଲ୍। ଯଦି ତାହା କରାଯାଏ ତେବେ ତାହା ଆଦର୍ଶଗତ ବତର୍କ ସୃଷ୍ଟି କରିବ। ଏୱୁ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ପୂଜାସ୍ଥଳୀ ଆଇନର ସାମ୍ବିଧାନିକ ବୈଧାତାକୁ ଚ୍ୟାଲେଞ୍ଜ କରି ହୋଇଥିବା ଅବେଦନଗୁଡିକ ଉପରେ ବିଚାର କରିବାକୁ କମିଟି ନିବେଦନ କରିଛି।