ଇମ୍ଫାଲ: ଭାରତର ବିକାଶକୁ ସହିପାରୁନାହାନ୍ତି ଏହାର କିଛି ପଡ଼ୋଶୀ ରାଷ୍ଟ୍ର। ପ୍ରଥମ ଶତ୍ରୁ ତାଲିକାରେ ପାକିସ୍ତାନ ଥିବାବେଳେ ଉକ୍ତ ରାଷ୍ଟ୍ର ସ୍ୱାଧୀନତା ପରଠାରୁ ଭାରତରେ ଅଶାନ୍ତି, ବିଦ୍ୱେଷ ସୃଷ୍ଟି ପାଇଁ କ୍ରମାଗତ ଭାବରେ ଅପଚେଷ୍ଟା କରିଆସୁଛି। ଏବେ ତାହା ସହିତ ହାତ ମିଳାଇଛି ଚୀନ। ଆମ ଦେଶର ଉତ୍ତର ପୂର୍ବ ରାଜ୍ୟ ମଣିପୁରରେ ଅଶାନ୍ତି, ହିଂସା ସୃଷ୍ଟି ପଛରେ ଚୀନର ହାତ ଥିବା ସ୍ପଷ୍ଟ ହୋଇଛି। ଗୋଇନ୍ଦା ସୂତ୍ରରୁ ଜଣାଯାଇଛି ଯେ ଚୀନ ମ୍ୟାନମାର ବାଟ ଦେଇ ମଣିପୁରର ହିଂସା ସୃଷ୍ଟିକାରୀଙ୍କ ନିକଟକୁ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ଅର୍ଥ ପଠାଉଛି। ବିସ୍ତାରବାଦୀ ନୀତି ଚଳାଇ ଆସୁଥିବା ଚୀନର ଏଭଳି କାର୍ଯ୍ୟ ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବଡ଼ ଚିନ୍ତାର ବିଷୟ ହୋଇଛି।