ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ରୁତୁଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କଟ୍ରୀକିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲ ଗୃହ ବିପଦରେ ରହିଥିବା ଦେଖିବାକୁ ମିଳିଛି । ଏହି ହଷ୍ଟେଲରେ ବର୍ତ୍ତମାନ ୪୦ଜଣ ଛାତ୍ର ରହୁଥିବା ବେଳେ ହଷ୍ଟେଲର ଆଜବେଷ୍ଟ ଗୁଡିକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏହି ଫାଙ୍କ ଦେଇ ହଷ୍ଟେଲରେ ଅନେକ ବିଷଧର ସାପ ବାରମ୍ବାର ପ୍ରବେଶ କରୁଥିବା କହିଛନ୍ତି ରାତ୍ରୀ ଜଗୁଆଳି। ହଷ୍ଟେଲର କିଛି ସ୍ଥାନରେ କାଠ ଠେସ ଦେଇ ରଖାଯାଇଥିବା ଦେଖିବାକୁ ମିଳିଥିବା ବେଳେ ଯଦି କୌଣସି କାରଣବଶତଃ ଏହି କାଠ ଖସିପଡ଼େ ଛାତ୍ରମାନଙ୍କ ଉପରେ ଘର ପଡ଼ିଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନଶିକ୍ଷକ ।
ତେବେ ଘଟଣା ସଂକ୍ରାନ୍ତରେ ବାରମ୍ବାର ଆଇଟିଡିଏ ଯନ୍ତ୍ରୀଙ୍କୁ ଲିଖିତ ଆକାରରେ ଅବଗତ କରାଇଥିଲେ ମଧ୍ୟ ଆଜିପଯ୍ୟନ୍ତ ଏହାର ମରାମତି ହୋଇନଥିବା କହିଛନ୍ତି ପ୍ରଧାନଶିକ୍ଷକ। ବର୍ଷା ଓ ଶୀତ ଦିନ ସମୟରେ ଛାତ୍ରମାନେ ବହୁ କଷ୍ଟରେ ରହୁଥିବା ବେଳେ ବର୍ଷାରେ ପାଣିପସି ଆସାବପତ୍ର ଓଦାହୋଇ ନଷ୍ଟ ହୋଇଯାଉଥିବା ଛାତ୍ରମାନେ କହିଛନ୍ତି । ତେବେ ଏ ନେଇ ବାଲିଗୁଡା ପ୍ରକଳ୍ପ ଅଧିକାରୀ କୃପାସିନ୍ଧୁ ବେହେରା ଖୁବ୍ ଶୀଘ୍ର ହଷ୍ଟେଲର ମରାମତି କରାଯିବା ସହିତ ନୂତନ ହଷ୍ଟେଲ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି କହିଛନ୍ତି ।ଅନ୍ୟପକ୍ଷରେ ଅଭିଭାବକମାନେ ନିଜ ପିଲାମାନଙ୍କ ଜୀବନ ବିପଦଶଙ୍କୁଳ ଥିବାର ଦେଖି ହଷ୍ଟେଲରେ ରଖିବାକୁ ଅରାଜି ହେଉଛନ୍ତି। କେତେବେଳେ ଯଦି ଠେସ ଦିଆଯାଇଥିବା କାଠ ଖସିଯାଏ ତେବେ ଛାତ୍ରଙ୍କ ଜୀବନ ଯିବାର ସମ୍ଭାବନା ଛି ।ତେଣୁ ଯଥାଶୀଘ୍ର ହଷ୍ଟେଲର ମରାମତି କରାଯିବାକୁ ଅବିଭାବକ ଓ ସ୍ଥାନୀୟ ଜନସାଧାରଣ ଦାବୀ କରିବା ସହିତ ଶ୍ରେଣୀଗୃହ ଗୁଡିକର ମଧ୍ୟ ମରାମତି କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।