ମସ୍କୋ: ରୁଷ ଉପରେ କୋ÷ଣସି ପ୍ରକାର ପାରମ୍ପରିକ କ୍ଷେପଣାସ୍ତ୍ର ଅଥବା ପରମାଣୁ ଅସ୍ତ୍ରରେ ଆକ୍ରମଣ କରାଗଲେ ଏବଂ ସେଥିରେ ରୁଷର ସ୍ଥିତି ପ୍ରତି ଆଞ୍ଚ ଆସିଲେ ରୁଷିଆ ପରମାଣୁ ଅସ୍ତ୍ର ପ୍ରୟୋଗ କରିବ ବୋଲି ଧମକ ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ । ବିଶେଷକରି ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକୁ ସତର୍କ କରାଇଦେଇ ସେ କହିଛନ୍ତି ଯେ, ୟୁକ୍ରେନକୁ ରୁଷିଆ ବିରୁଦ୍ଧରେ ପାରମ୍ପରିକ ପାଶ୍ଚାତ୍ୟ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଅନୁମତି ଦେବା ପ୍ରସଙ୍ଗରେ ଆମେରିକା ଏବଂ ବ୍ରିଟେନ ମଧ୍ୟରେ ଚାଲିଥିବା ଆଲୋଚନା ଜବାବରେ କ୍ରେମଲିନ ତାହାର ପରମାଣୁ ଅସ୍ତ୍ର ପ୍ରୟୋଗ ନୀତି ପରିବର୍ତ୍ତନ କରିବା ନିଷ୍ପତ୍ତି ନେଇଛି ।
ରୁଷିଆର ନିରାପତ୍ତା ପରିଷଦ ବୈଠକ ଉଦଘାଟନ କରି ପୁଟିନ କହିଛନ୍ତି, ବିଶ୍ୱ ଦୃଶ୍ୟପଟ୍ଟରେ ଘଟୁଥିବା ପରିବର୍ତ୍ତନର ମୁକାବିଲା କରିବା ପାଇଁ କ୍ରେମଲିନ ନିଜ ନିଷ୍ପତ୍ତି ବଦଳାଉଛି । ସେ ଏହା ମଧ୍ୟ କହିଛନ୍ତି, ରୁଷିଆ ବିରୁଦ୍ଧରେ କୋ÷ଣସି ଅଣ-ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଯଦି ଏକ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରର ପ୍ରତ୍ୟକ୍ଷ ଅଥବା ପରୋକ୍ଷ ସମର୍ଥନରେ ଆକ୍ରମଣ କରେ ତେବେ ତାହାକୁ ରୁଷିଆ ବିରୁଦ୍ଧରେ ସେମାନଙ୍କର ମିଳିତ ଆକ୍ରମଣ ବୋଲି ବିଚାର କରାଯିବ । ସୂଚନାଯୋଗ୍ୟ ଯେ ପ୍ରାୟ ଅଢେଇ ବର୍ଷ ହେଲା ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବିଶ୍ୱର ମହାଶକ୍ତିଗୁଡିକ ମଧ୍ୟରେ ସମୀକରଣ ବଦଳିବାରେ ଲାଗିଛି । ଉଭୟ ସାମାଜିକ, ରାଜନୈତିକ, ବାଣିଜି୍ୟକ ଓ ଅର୍ଥନୈତିକ କ୍ଷେତ୍ର ଉପରେ ଏହାର ପ୍ରଭାବ ପଡୁଛି ।