ନୂଆଦିଲ୍ଲୀ: ଗୁରୁବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ବଡ ଯୋଜନାକୁ ମଂଜୁର କରାଯାଇଛି। ଏହି ବୈଠକରେ କୃଷକଙ୍କ ଆୟ ବୃଦ୍ଧି ପାଇଁ ଦୁଇଟି ବଡ ଯୋଜନା ପାଇଁ ମୋହର ବାଜିଥିବାବେଳେ ରେଳ କର୍ମଚାରୀଙ୍କୁ ବୋନସ ଦେବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟଯେ, ଗୁରୁବାର ଅନୁଷ୍ଠିତ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। କୃଷକଙ୍କ ସହ ଜଡିତ ଅନେକ ଯୋଜନାକୁ ଅନୁମୋଦନ ସମେତ ଚେନ୍ନାଇ ମେଟ୍ରୋ ଫେଜ୍ -୨ କୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ କ୍ୟାବିନେଟ ବୈଠକରେ ନିଆଯାଇଥିବା କୃଷକଙ୍କ ଆୟ ବୃଦ୍ଧି ଏବଂ ମଧ୍ୟବିତ୍ତ ଲୋକଙ୍କୁ ଖାଦ୍ୟ ନିରାପତ୍ତା ଯୋଜନା ସହିତ ଜଡିତ ନିଷ୍ପତ୍ତି ଉପରେ ମଞ୍ଜୁରୀ ମିଳିଥିବା ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ରାଷ୍ଟ୍ରିୟ କୃଷ୍ଣ ବିକାଶ ଯୋଜନା ଏବଂ କୃଷକ ଯୋଜନା ପାଇଁ ୧,୦୧,୩୨୧ କୋଟି ଟଙ୍କା ବ୍ୟୟ ଅଟକଳ ସ୍ଥିର ହୋଇଛି। ଏହି ଦୁଇଟି ଯୋଜନା ଅଧୀନରେ ୯ଟି ସ୍କିମ୍ ଅନ୍ତର୍ଭୂକ୍ତ କରାଯାଇଛି ଯାହା କୃଷକଙ୍କ ଆୟ ଏବଂ ମଧ୍ୟବିତ୍ତ ପରିବାର ପାଇଁ ଲାଭପ୍ରଦ ହେବ। ସେହିପରି ରେଳ କର୍ମଚାରୀଙ୍କୁ ବୋନସ ଉପହାର ଦେବା ପାଇଁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ରେଳବାଇର ଉତ୍କୃଷ୍ଟ କାର୍ୟ୍ୟଦକ୍ଷତାକୁ ଦୃଷ୍ଟିରେ ରଖି କ୍ୟାବିନେଟ ୧୧,୭୨,୨୪୦ ରେଳ କର୍ମଚାରୀଙ୍କୁ୭୮ ଦିନର ବୋନସ ପ୍ରଦାନକୁ ମଂଜୁର କରିଛି। ୨୦୨୮.୫୭ କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ବର୍ଗର ରେଳ କର୍ମଚାରୀ ଯଥା: ଟ୍ରାକ୍ ମେଣ୍ଟେନର୍, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ୍ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲପର, ପଏଣ୍ଟମ୍ୟାନ୍, ମନ୍ତ୍ରୀ କର୍ମଚାରୀ ଏବଂ ଅନ୍ୟ ଗ୍ରୁପ୍ ଏକ୍ସସି କର୍ମଚାରୀଙ୍କୁ ବୋନସ ପ୍ରଦାନ କରାଯିବ।