ମଙ୍ଗଳବାର ଓଏସଏସଏସସି ଦ୍ୱାରା ପରିଚାଳିତ ଆରଆଇ, ଅମିନ ପରୀକ୍ଷା ବିଭ୍ରାଟ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ବୈଠକରେ ପରୀକ୍ଷା ପରିଚାଳନାରେ ତ୍ରୁଟି ନେଇ ଆଲୋଚନା ହେବ।
ସୂଚନାଯୋଗ୍ୟଯେ, ଅଯୋଗ୍ୟ ସଂସ୍ଥାକୁ ପରୀକ୍ଷା ଦାୟିତ୍ବରୁ ନିବୃତ ଏବଂ ତୁରନ୍ତ ରି-ଏକଜାମ୍ କରିବାକୁ ପରୀକ୍ଷାର୍ଥୀ ମାନେ ଦାବି ରଖିଛନ୍ତି। ଓଏସଏସଏସସି ଦ୍ୱାରା ପରିଚାଳିତ ପରୀକ୍ଷାରେ କ୍ରମାଗତ ବିଭ୍ରାଟକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖିବାକୁ ମିଳିଥିଲା। ସେଥିପାଇଁ ସୋମବାର ଲୋୟର ପିଏମଜିରେ ରାଲିରେ ଆସି ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ନେତୃତ୍ୱରେ ଗର୍ଜିଥିଲେ ରାଜ୍ୟର ବିଭିନ୍ନ ଜିଲ୍ଲାର ପରୀକ୍ଷାର୍ଥୀ।
ଆନ୍ଦୋଳନ ସତ୍ତ୍ୱେ କୌଣସି ସରକାରୀ ପ୍ରତିନିଧି ଆସି ତାଙ୍କ ସହ ଆଲୋଚନା ନକରିବାରୁ ଦିନ ଗୋଟାଏ ବେଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମୁହାଁ ହୋଇଥିଲେ ଆନ୍ଦୋଳନକାରୀ । ସେଠାରେ ସେମାନଙ୍କୁ ଦୀର୍ଘ ସମୟ ଧରି ପୋଲିସ୍ ଅଟକାଇଥିଲା। ଏହାପରେ ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନର ଏକ ପ୍ରତିନିଧି ଟିମ୍ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବଙ୍କ ସହ ଆଲୋଚନା ପାଇଁ ଲୋକସେବା ଭବନ ଯାଇଥିଲେ।