ଭୁବନେଶ୍ୱର: ଦୁର୍ଗାପୂଜା ପାଇଁ ସମଗ୍ର ରାଜ୍ୟ ଉତ୍ସଵମୁଖର ହୋଇଉଠିବା ବେଳେ ନବମୀ ତିଥିରେ ଭୁବନେଶ୍ବରର ଅଶୋକନଗରସ୍ଥିତ ଶିବାନନ୍ଦ ଆଶ୍ରମରେ ନିଆରା ଢଙ୍ଗରେ ନବ କୁଆଁରୀ ପୂଜା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆଶ୍ରମରେ ସାତବର୍ଷରୁ ୯ ବର୍ଷ ବୟସର ୨୧ଜଣ ନବ କୁମାରୀଙ୍କୁ ମା ଦୁର୍ଗାଙ୍କ ବେଶରେ ସଜ୍ଜିତକରି ମଣ୍ଡପରେ ବସାଯାଇ ଫୁଲ,ଚନ୍ଦନ ଦେଇ ପୂଜାର୍ଚ୍ଚନା ଆଳତି କରାଯାଇଥିଲା l
ସୂଚନାଯୋଗ୍ୟ ଯେ, ତ୍ରେତୟା ଯୁଗରେ ବ୍ରହ୍ମାଙ୍କ ନିର୍ଦେଶ ଅନୁଯାଇ ପ୍ରଭୁ ଶ୍ରୀରାମ ରାବଣ ଵଧ ପାଇଁ ଚୈତ୍ର ଶୁଳ୍କ ପକ୍ଷ ବଦଳରେ ଆଶ୍ୱିନ ମାସ ଶୁକ୍ଳପକ୍ଷ ଷଷ୍ଠିତିଥିରେ ଚାମୁଣ୍ଡେଶ୍ଵରୀଙ୍କ ସହାୟତାରେ ନବ କୁଆଁରୀ ରୂପରେ ନିଦ୍ରିତ ମା ଦୁର୍ଗାଙ୍କୁ ଜାଗ୍ରତ ପାଇଁ ଆବାହନ କରିଥିଲେ l ନବମୀ ତିଥିରେ ଶ୍ରୀରାମଙ୍କୁ ଦର୍ଶନ ଦେଇଥିଲେ ଜଗତ୍ଜନନୀ ମା ଦୁର୍ଗା l ତେବେ ତ୍ରେତୟା ଯୁଗରୁ ପ୍ରଚଳିତ ତଥା ବିଲୁପ୍ତପ୍ରାୟ ଏହି ପରମ୍ପରାକୁ ସ୍ୱାମୀ ରାମକୃଷ୍ଣ ଓ ବିବେକାନନ୍ଦ ଏହି ପରମ୍ପରାର ବହୁଳ ପ୍ରଚାର ଓ ପ୍ରସାର କରିଥିଲେ l ଏହି ନିୟମ ଅନୁସାରେ ଦିବ୍ୟଜୀଵନ ସଙ୍ଘ ଆନୁକୂଲ୍ୟରେ ଦେଶରେ ସବୁ ଶିବାନନ୍ଦ ଆଶ୍ରମରେ ଏହା ନବମୀ ତିଥିରେ ପାଳିତ ହୋଇଛି l ତେବେ ଅଶୋକନଗରସ୍ଥିତ ଶିବାନନ୍ଦ ଆଶ୍ରମରେ ମହାନବମୀ ଦିନ ୭ ବର୍ଷରୁ ୯ ବର୍ଷ ମଧ୍ୟରେ ୨୧ଜଣ ନବ କୁମାରୀଙ୍କୁ ମା ଦୁର୍ଗାଙ୍କ ବେଶରେ ସଜ୍ଜିତକରି ମଣ୍ଡପରେ ବସାଇ ଫୁଲ,ଚନ୍ଦନ ଦେଇ ପୂଜାର୍ଚ୍ଚନା ଆଳତି କରାଯାଇଥିଲା l ଏହି ସମୟରେ ଆଶ୍ରମ ପରିସର ଘଣ୍ଟ,ମର୍ଦଳ,ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥିବା ବେଳେ ଶ୍ରଦ୍ଧାଳୁମାନେ ନବ କୁମାରୀରୂପୀ ମା ଙ୍କୁ ପ୍ରଣିପାତ ସହ ଉପହାର ଦେଇ ଆଶୀର୍ବାଦ ଭିକ୍ଷା କରିଥିଲେ l
କାର୍ଯ୍ୟକ୍ରମ ଅବସରରେ ଦିବ୍ୟ ଜୀଵନ ସଙ୍ଘର ସଭାପତି ରାଧେଶ୍ୟାମ ଦାସଙ୍କ ପୌରାହିତ୍ୟରେ ଆୟୋଜିତ ହୋଇଥିଲା ଆଧ୍ୟାତ୍ମିକ ଆଲୋଚନାଚକ୍ର l ଏଥିରେ ପରମ ପୂଜ୍ୟ ସ୍ୱାମୀ ବ୍ରହ୍ମାନନ୍ଦ ନାରୀମାନେ ଅସୀମ ଶକ୍ତିର ଅଧିକାରିଣୀ ଓ ନବ କୁମାରୀ ରୂପରେ ମା ଙ୍କୁ ଦର୍ଶନ କରି ଶ୍ରୀରାମଚନ୍ଦ୍ର ଅସୀମ ଶକ୍ତିର ଅଧିକାରୀ ହେବା ସହ ବିଜୟା ଦଶମୀ ତିଥିରେ ରାବଣ ବଧ କରିଥିଲେ ଓ ଏହି ନବ କୁମାରୀ ମାନେ ଭବିଷ୍ୟତରେ ଦେଶକୁ ଉତ୍ତମମାର୍ଗରେ ପରିଚାଳିତ ହେବାକୁ ମାର୍ଗଦର୍ଶନ କରିବେ ବୋଲି ଗୁରୁତ୍ୱାରୋପ କରିଥିଲେ l କାର୍ଯ୍ୟକ୍ରମକୁ ସଙ୍ଘର ସମ୍ପାଦକ ରମେଶ ଚନ୍ଦ୍ର ପଣ୍ଡା, ନରସିଂହ ଆଚାରୀ,ଅର୍ଣ୍ଣପୂର୍ଣ୍ଣା ମାତାଜୀ ଓ ଅନୁସ୍ୱୟା ମାତାଜୀ ପରିଚାଳନା କରିଥିଲେ l