ଭୁବନେଶ୍ୱର ବ୍ୟୁରୋ: ଦିନେ ଯେଉଁ ଜେଲରେ ମାଲିକ ଥିଲେ ଆଜି ସେହି ଜେଲର କଏଦୀ । ଅନ୍ୟ କଏଦୀଙ୍କ ଭଳି ସେ ମଧ୍ୟ ଦିନରେ ଭାତ ଡାଲି ଖାଇଛନ୍ତି । ଆଉ ଅନ୍ୟ ୪୫ ଜଣ କଏଦୀଙ୍କ ସହ ୧୧ ନମ୍ବର ସେଲରେ ନିଜ ରାତି କାଟିଛନ୍ତି । ଝାରପଡ଼ା ଜେଲର ପୂର୍ବତନ ଅଧିକ୍ଷକ ତଥା ବର୍ତମାନ କେନ୍ଦୁଝର ଜେଲର ଅଧିକ୍ଷକ ଭାବେ କାର୍ଯ୍ୟ କରୁଥିବା ସତ୍ୟ ପ୍ରକାଶ ସ୍ୱାଇଁ ଆୟ ବର୍ହିଭୁତ ମାମଲାରେ ଛନ୍ଦି ହୋଇ ଭିଜଲାନ୍ସ ଦ୍ୱାରା ଗିରଫ ହେବା ପରେ ଶନିବାର ଗିରଫ ହୋଇଥିଲେ । ଗିରଫ ହେବା ପରେ ଅନ୍ୟ କଏଦୀଙ୍କ ଭଳି ତାଙ୍କୁ ଜେଲର ପ୍ରଥମ ରାତି ଜେଲର ୧୧ ନମ୍ବର ସେଲରେ ରଖାଯାଇଥିଲା । ଯେଉଁ ସେଲରେ ପୂର୍ବରୁ ୪୪ ଜଣ ବିଚାରଧୀନ କଏଦୀ ଥିବା ବେଳେ ସତ୍ୟ ଜେଲରେ ପହଚିବା ପରେ ଉକ୍ତ ସେଲର କଏଦୀ ସଂଖ୍ୟା ୪୫କୁ ଛୁଇଁଥିଲା । ଭିଜଲାନ୍ସ ଅଧିକାରୀଙ୍କ ଦ୍ୱାରା ଗିରଫ ହୋଇ ଜେଲରେ ପହଚିବା ପରେ ଅନ୍ୟ କଏଦୀଙ୍କ ଭଳି ଶ୍ରୀ ସ୍ୱାଇଁଙ୍କୁ ଜେଲର କମଳ, ତକିଆ ଏବଂ ବେଡସିଟ ଦିଆଯାଇଥିଲା । ଯାହାକୁ ସେ ନେଇ ଜିଲ ସେଲ ଭିତରକୁ ଯାଇଥିଲେ । ପରେ ଶନିବାର ରାତିରେ କିନ୍ତୁ କିଛି ଖାଇବାକୁ ଶ୍ରୀ ସ୍ୱାଇଁ ମନା କରିଥିବା ଝାରପଡ଼ା ଜେଲ ସୂତ୍ରରୁ ଜଣାପଡ଼ିଛି । ତେବେ ରବିବାର ସକାଳେ ଅନ୍ୟ କଏଦୀଙ୍କ ଭଳି ପୂର୍ବତନ ଅଧିକ୍ଷକ ଜେଲ ପ୍ରାର୍ଥନାରେ ଯୋଗ ଦେବା ସହ ଜଳଖିଆ ଏବଂ ପରବର୍ତୀ ସମୟରେ ମଧ୍ୟାହ୍ନ ଭୋଜନ କରିଥିବା ଜଣାପଡ଼ିଛି ।
ସୂଚନା ଥାଉ କି, ଶୁକ୍ରବାର ସକାଳେ ଭୁବନେଶ୍ୱର ଭିଜିଲାନ୍ସର ଏକ ଟିମ ଅଧିକ୍ଷକ ଶ୍ରୀ ସ୍ୱାଇଁଙ୍କ ଭୁବନେଶ୍ୱର ଝାରପଡ଼ା ସ୍ଥିତ ବାସଭବନ ସମେତ କେନ୍ଦୁଝର ସ୍ଥିତ ସରକାରୀ କ୍ୱାଟବ ଭିଜିଲାନ୍ସ ଅଧିକାରୀମାନେ ଠାବ କରିବାରେ ସଫଳ ହୋଇଥିଲେ । ଝାରପଡ଼ା ସ୍ଥିତ ଏଲବି ୧୦୪ ସ୍ଥିତ ପ୍ଲଟରେ ଶ୍ରୀ ସ୍ୱାଇଁଙ୍କର ୩୩ଶହ ସ୍କୋୟାର ଫୁଟ ଅଚଳରେ ଏକ ୩ ମହଳା ଘର ରହିଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଥିଲା । ସେହିପରି ଭୁବନେଶ୍ୱର, ବଲାଙ୍ଗୀର ଏବଂ ଢ଼େଙ୍କାନାଳ ଜିଲାରେ ୪ଟି ଘର ଉପଯୋଗୀ ଦାମୀ ପ୍ଲଟ, ଧଉଳି ଅଚଳରେ ଏକ ପ୍ଲଟ,ବଲାଙ୍ଗୀରେ ଏକ ପ୍ଲଟକୁ ଭିଜିଲାନ୍ସ ଅଧିକାରୀମାନେ ଠାବ କରିଥିଲେ । ଶ୍ରୀ ସ୍ୱାଇଁ ନିଜ ୨୪ ବର୍ଷର ଚାକିରୀକାଳ ମଧ୍ୟରେ ଆୟ ଠାରୁ ୮୯ ପ୍ରତିଶତ ଅର୍ଥ ଠୁଳ କରିଥିବା ଭିିଜଲାନ୍ସ ଅଧିକାରୀ ଚଢ଼ଉ ପରେ ଜବତ କରିଥିବା ସମ୍ପତି ମୂଲ୍ୟକୁ ଠାବ କରିବା ପରେ ଜାଣିବାକୁ ପାଇଛନ୍ତି ।