ନୂଆ ଦିଲ୍ଲୀ : ବନ୍ଦ ହେବ ସମସ୍ତ ମଦ୍ରାସା ବୋର୍ଡ । ମଦ୍ରାସାରେ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ଠିକ୍ ଭାବେ ଦିଆଯାଉନାହିଁ । ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି କଲେ ଏନ୍ସିପିସିଆର୍ ।
ସୂଚନା ଅନୁଯାୟୀ, ମଦ୍ରାସା ବୋର୍ଡ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିକାଶ ହେଉନାହିଁ । ଯେଉଁ ଉଦ୍ଦେଶ୍ୟରେ ମଦ୍ରାସା ବୋର୍ଡ ଗଠନ ହୋଇଥିଲା, ସେ ଅନୁଯାୟୀ କାର୍ଯ୍ୟ ହେଉନାହିଁ । ରିପୋର୍ଟରେ ୧୧ଟି ଅଧ୍ୟାୟ ରହିଛି । ଏହି ରିପୋର୍ଟରେ ମଦ୍ରାସାର ଐତିହାସିକ ଭୂମିକା ଏବଂ ପିଲାଙ୍କ ଶିକ୍ଷାଗତ ଅଧିକାର ଉପରେ ଏହାର ପ୍ରଭାବ ବିଷୟରେ ଆଲୋଚନା କରାଯାଇଛି । ଏନସିପିସିଆର ସୁପାରିସ କରିଛି ଯେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମଦ୍ରାସାକୁ ସରକାରୀ ପାଣ୍ଠି ବନ୍ଦ କରାଯାଉ । ମଦ୍ରାସା ବୋର୍ଡକୁ ବନ୍ଦ କରି ଛାତ୍ରଛାତ୍ରୀଙ୍କୁ ଅନ୍ୟ ଶିକ୍ଷାନୁଷ୍ଠାନରେ ପାଠ ପଢ଼ାଇବାକୁ ଏନ୍ସିପିସିଆର୍ ।