ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଓଡ଼ିଶା ପକ୍ଷରୁ ଆୟୋଜିତ ଓଡ଼ିଶା ସିଭିଲ ସର୍ଭିସ (ଓଏଏସ୍) ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଏଥିରେ ମୋଟ ୬୩୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫୮ ମହିଳା ରହିଛନ୍ତି। ଟପ୍ ୧୦ରେ ୫ ମହିଳା ଓ ୫ ପୁରୁଷ ରହିଛନ୍ତି। ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା ଓ ତୃତୀୟ ସ୍ଥାନ ଦୀପ୍ତିରଞ୍ଜନ ପତି ରହିଛନ୍ତି। ଚତୁର୍ଥରେ ପ୍ରଜ୍ଞା ପାରଙ୍ଗମା, ପଞ୍ଚମ ସ୍ଥାନରେ ଆଜାଦ ସାହୁ, ଷଷ୍ଠ ସ୍ଥାନରେ ଦୀପମ ରାଉତ, ସପ୍ତମ ସ୍ଥାନରେ ଦେବବ୍ରତ ଗୌଡ଼, ଅଷ୍ଟମ ସ୍ଥାନରେ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ଓ ଦଶମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି। ଏନେଇ ଶ୍ୱେତାଶ୍ରୀ ମହାପାତ୍ର କହିଛନ୍ତି, ମୁଁ ପ୍ରଥମ ଚେଷ୍ଟାରେ ସଫଳତା ପାଇ ବହୁତ ଖୁସି ଲାଗୁଛି। କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳିବ। ଚାକିରି ଛାଡ଼ି ଦୈନିକ ୭ରୁ ୮ ଘଣ୍ଟା ଓଏଏସ୍ ପାଇଁ ପ୍ରସ୍ତୁତି କରୁଥିଲି ବୋଲି ଶ୍ୱେତାଶ୍ରୀ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।