ନୂଆଦିଲ୍ଲୀ : ବୁଧବାର ଠାରୁ ରୁଷ୍ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଦୁଇ ଦିନିଆ ଗସ୍ତରେ ରୁଷ୍ ଯାଇଥିବା ବେଳେ ଏହି ଅବସରରେ ଷୋଡଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ରୁଷ୍ ଅଧ୍ୟକ୍ଷତାରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଆୟୋଜିତ ହେଉଛି। ଏହି୮ ସମ୍ମିଳନୀ ୨୨ ତାରିଖଠାରୁ ରୁଷିଆସ୍ଥିତ କାଜାନରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ହେବ। ତେବେ ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ଗସ୍ତରେ ଅଛନ୍ତି । ସମ୍ମିଳନୀରେରେ ହେବାକୁ ଥିବା ମୁଖ୍ୟ ବୈଠକରେ ସାମିଲ ହୋଇ ବିଭିନ୍ନ ନେତାଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସମ୍ମିଳନୀକୁ ଆସିଥିବା ବ୍ରିକ୍ସ ସଦସ୍ୟ ଦେଶର ନେତା ମାନଙ୍କ ସହିତ ମୋଦୀ ଦ୍ଵିପାକ୍ଷିକ ବୈଠକ କରିବା ସମ୍ଭାବନା ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ଚୀନର ରାଷ୍ଟ୍ରପତି ଜିନପିଙ୍ଗ୍ଙ୍କୁ ସାକ୍ଷାତ ଓ ଦ୍ୱିପାକ୍ଷିକ ଆଲୋଚନା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି। କାରଣ ଏହି ସମ୍ମିଳନୀ ପୂର୍ବରୁ ଏଲଏସିରେ ଗଲୱାନ ପାଟ୍ରୋଲିଂକୁ ନେଇ ଭାରତ ଓ ଚୀନ ମଧ୍ୟରେ ବୁଝାମଣା ହୋଇଛି।
ପ୍ରକାଶଥାଉ କି, ପୂର୍ବରୁ ଭାରତ-ରୁଷ୍ ମଧ୍ୟରେ ସୁସମ୍ପର୍କ ରହିଆସିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ କରିବ ଆଶା ରହିଛି। ସେହିପରି ୨୦୨୦ର ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଓ ଚୀନ ଗଲୱାନ ପାଟ୍ରୋଲିଂ କରିବାକୁ ରାଜି ହେବା ନେଇ ବୁଝାମଣା ହେବା ପରେ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଚୀନର ରାଷ୍ଟ୍ରପତି ଜିନପିଙ୍ଗ୍ଙ୍କୁ ସାକ୍ଷାତ କରିବାକୁ ଯାଉଛନ୍ତି ।