ନୂଆଦିଲ୍ଲୀ: ପ୍ରବୀଣ ଭାରତୀୟ ବ୍ୟାଟସମ୍ୟାନ ଚେତେଶ୍ୱର ପୂଜାରା ସର୍ବାଧିକ ସଂଖ୍ୟକ ପ୍ରଥମ ଶ୍ରେଣୀ ଶତକରେ କ୍ରିକେଟ ଜଗତର କିମ୍ବଦନ୍ତୀ ପୁରୁଷ ବ୍ରାଏନ ଲାରାଙ୍କୁ ଟପି ଯାଇଛନ୍ତି । ରଣଜୀ ଟ୍ରଫି ଖେଳିବା ଅବସରରେ ପୂଜାରାଙ୍କୁ ଏହି ସଫଳତା ମିଳିଛି । ସେ ଅକ୍ଟୋବର ୨୧ ତାରିଖରେ ସେ ତାଙ୍କର ୬୬ତମ ପ୍ରଥମ ଶ୍ରେଣୀ ଶତକ ହାସଲ କରିଛନ୍ତି । ସମକାଳୀନ କ୍ରିକେଟରେ ଜଣେ ସର୍ବାଧିକ ଅଗ୍ରଣୀ ଓ ଶୃଙ୍ଖଳିତ ଖେଳାଳି ଭାବରେ ବିବେଚିତ ହେଉଥିବା ପୂଜାରା ପୁନର୍ବାର କ୍ରିକେଟ ଇତିହାସରେ ନିଜର ନାମକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ରଣଜୀ ଟ୍ରଫିର ଦ୍ୱିତୀୟ ରାଉଣ୍ଡରେ ଛତିଶଗଡ ବିପକ୍ଷରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ଏହା ତାଙ୍କର ନିରଳସ ଉତ୍ସର୍ଗୀକୃତ ଭାବ ଏବଂ ଲାଲ ବଲ ଫର୍ମାଟରେ ନିଜର ଅତୁଳନୀୟ କୌଶଳତାଶଳତା ପାଇଁ ଏହି ସଫଳତାର ଅଧିକାରୀ ହୋଇପାରିଛନ୍ତି ।
ଶତକ ହାସଲ ସହିତ ପୂଜାରା ବ୍ରାଏନ ଲାରାଙ୍କୁ ଟପି ଯାଇଛନ୍ତି । ସମ୍ପ୍ରତି ଭାରତର ଟେଷ୍ଟ କ୍ରିକେଟ ଦଳରେ ରହିଥିବା ପୂଜାରା ମଧ୍ୟ ରଣଜୀ ଟ୍ରଫି ମ୍ୟାଚର ଦ୍ୱିତୀୟ ପର୍ଯ୍ୟାୟରେ ବ୍ୟକ୍ତିଗତ ୨୧ହଜାର ରନ ପୂରଣ କରିଛନ୍ତି । ୧୯୮୮ ଜାନୁଆରୀ ୨୫ ତାରିଖରେ ଜନ୍ମିତ ପୂଜାରା ଏକ କ୍ରିକେଟ ଖେଳାଳି ପରିବାରରେ ଲାଳିତ ପାଳିତ ହୋଇଥିଲେ । ତାଙ୍କ ପିତା ଅରବିନ୍ଦ ପୂଜାରା, ଦାଦା ବିପିନ ପୂଜାରା ଉଭୟ ରଣଜୀ ଟ୍ରଫି ଖେଳାଳି ଥିଲେ ଏବଂ ସୌରାଷ୍ଟ୍ର ପାଇଁ ଖେଳିଛନ୍ତି । ସେମାନେ ଚେତେଶ୍ୱରଙ୍କ ପ୍ରେରଣା ପାଲଟିଥିଲେ । ଚେତେଶ୍ୱର ପୂଜାରା ୨୦୦୫ରେ ସୌରାଷ୍ଟ୍ର ପାଇଁ ତାଙ୍କର ପ୍ରଥମ ଶ୍ରେଣୀ କ୍ରିକେଟ ଆରମ୍ଭ କରିଥିଲେ ଏବଂ ସେବେଠାରୁ ସେ ଦଳରେ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି । ଅନେକ ମ୍ୟାଚରେ ସେ ସୌରାଷ୍ଟ୍ର ପାଇଁ ଅଗ୍ରଣୀ ରନ ସ୍କୋରର୍ ହୋଇଛନ୍ତି । ସେଠାରେ ସେ ମାତ୍ର ଚାରିଟି ମ୍ୟାଚରେ ୪୩୭ ରନ ସଂଗ୍ରହ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ୨୦୧୯-୨୦ ରଣଜୀ ଟ୍ରଫିରେ ସେ ୫୦ତମ ପ୍ରଥମ ଶ୍ରେଣୀ ଶତକ ହାସଲ କରିଥିଲେ । ୨୦୧୦ ଅକ୍ଟୋବରରେ ବାଙ୍ଗାଲୋରରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଟେଷ୍ଟ କ୍ୟାରିୟର ଆରମ୍ଭ ହୋଇଥିଲା । ସେବେଠାରୁ ସେ ଭାରତୀୟ ଟେଷ୍ଟ ଦଳର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛନ୍ତି ।