ନୂଆଦିଲ୍ଲୀ: ନିକଟରେ ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ୍ର ପ୍ରଥମ ପାଳିରେ ନିଜର ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଥିବା ସର୍ଫରାଜ ଖାନଙ୍କ ଘରେ ତିନି ତିନିଟା ସେଲିବ୍ରେସନ ହେଉଛି। ଗତ ସପ୍ତାହରେ ସର୍ଫରାଜ ଖାନଙ୍କ ଟେଷ୍ଟ କ୍ରିକେଟରେ ପ୍ରଥମ ଶତକ ହାସଲ କରିଥିବା ବେଳେ ସୋମବାର ଏକ ପୁତ୍ର ସନ୍ତାନର ପିତା ହୋଇଛନ୍ତି ସର୍ଫରାଜ । ପତ୍ନୀ ରୋମାନା ଜହୁର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ସର୍ଫରାଜ ଖାନ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ଜରିଆରେ ସେୟାର କରିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା ୨୭ତମ ଜନ୍ମଦିନ ପାଳନର ୨ ଘଣ୍ଟା ପୂର୍ବରୁ ସର୍ଫରାଜ ବାପା ହୋଇଛନ୍ତି। ଅପରପକ୍ଷରେ ମଙ୍ଗଳବାର ସର୍ଫରାଜଙ୍କ ଜନ୍ମଦିନ ଥିବାରୁ ଏହା ସର୍ଫରାଜ ଖାନଙ୍କ ଘରେ ଟ୍ରିପଲ ସେଲିବ୍ରେସନ ହେଉଥିବା ସୂଚନା ମିଳିଛି।
ପ୍ରକାଶଥାଉ କି, ୧୯୯୭ ମସିହା ୨୨ ଅକ୍ଟୋବରରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ସର୍ଫରାଜ ଖାନ। ପିଲାବେଳୁ କ୍ରିକେଟ୍ ପ୍ରତି ଆଗ୍ରହୀ ଥିବାରୁ ସେ ରଣଜୀ ଟ୍ରଫି ଖେଳୁଥିଲେ। ୨୦୧୫ ମସିହାରେ ଆରସିବି ତାଙ୍କୁ ନିଜ ଦଳରେ ସାମିଲ କରିଥିଲା। ତେବେ ସର୍ଫରାଜଙ୍କ କ୍ରିକେଟ୍ କ୍ୟାରିୟରରେ ସେ ଟିମ୍ ଇଣ୍ଡିଆ ପାଇଁ ୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ତାଙ୍କର ସର୍ବୋଚ୍ଚ ସ୍କୋର ୧୫୦ ଏବଂ ସେ ୩ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ହାସଲ କରିଛନ୍ତି।