ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବାୟୁମଣ୍ଡଳର ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ତେଣୁ ବାୟୁ ପ୍ରଦୂଷଣରେ ଅଙ୍କୁଶ ଲଗାଇବା ପାଇଁ ଜିଆରଏପି ଲାଗୁହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଅନୁସାରେ ବୁଧବାରଠାରୁ ଦିଲ୍ଲୀରେ ଡିଜେଲ ଜେନେରେଟର ବ୍ୟବହାର ଓ ନିର୍ମାଣ କାମକୁ ନିଷିଦ୍ଧ କରାଯାଇଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତି ସାଙ୍ଘାତିକ ସ୍ତରରେ ପହଞ୍ଚିଥିବା ଯୋଗୁଁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଦ୍ବିତୀୟ ପର୍ଯ୍ୟାୟ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ (ଜିଆରଏପି) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି।
ପ୍ରକାଶଥାଉ କି, ବାୟୁ ମାନକ ସୂଚୀ (ଏକ୍ୟୁଆଇ) ଅତି ନିମ୍ନସ୍ତରକୁ ଚାଲିଗଲେ ଏହାକୁ ସାଙ୍ଘାତିକ ବିବେଚନା କରାଯାଇ ଦ୍ବିତୀୟ ପର୍ଯ୍ୟାୟ ଜିଆରପି କାର୍ଯ୍ୟକାରୀ କରାଯାଇଥାଏ। ତେବେ ଏକ୍ୟୁଆଇ ୩୦୧ ରୁ ୪୦୦କୁ ଅତି ନିମ୍ନ ଏବଂ ଏକ୍ୟୁଆଇ ୪୦୧ ରୁ ୫୦୦ ମଧ୍ୟରେ ରହିଲେ ଏହାକୁ ସାଙ୍ଘାତିକ ବିବେଚନା କରାଯାଇଥାଏ।