ଚଣ୍ଡୀଗଡ଼: ଶୁକ୍ରବାରଠାରୁ ଆରମ୍ଭ ହେଉଛି ହରିୟାଣା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ୯୦ ସଦସ୍ୟ ବିଶିଷ୍ଟ ପଞ୍ଚଦଶ ହରିୟାଣା ବିଧାନସଭାର ଏହା ପ୍ରଥମ ବିଜେପି ସରକାରଙ୍କ ପ୍ରଥମ ଅଧିବେଶନ ।ଏହି ଅଧିବେଶନରେ ବିଧାୟକଙ୍କ ଶପଥ ଗ୍ରହଣ ସମେତ ବାଚସ୍ପତି ଓ ଉପବାଚସ୍ପତି ମଧ୍ୟ ନିର୍ବାଚିତ ହେବେ। ତେବେ ଚଳିତ ଥର ବିଧାନସଭାରେ ୪୦ ଜଣ ସମ୍ପୂର୍ଣ୍ଣ ନୂଆ ବିଧାୟକ ଥିବା ସୂଚନା ମିଳିଛି। ଏହି ଅଧିବେଶନରେ ଆଇନଜୀବୀ, ଡାକ୍ତର ଓ କୃଷକଙ୍କ ସମେତ ସମସ୍ତ ପ୍ରକାର ନେତାଙ୍କୁ ଦେଖିବାକୁ ମିଳିବ। ବିଧାନସଭାର ୯୦ ବିଧାୟକଙ୍କ ମଧ୍ୟରୁ ୪୦ ଜଣ ହେଉଛନ୍ତି ପ୍ରଥମ ଥର ବିଧାୟକ। ଉକ୍ତ ୪୦ ନେତାଙ୍କ ମଧ୍ୟରୁ ବିଜେପିର ୨୩ ଜଣ ଏବଂ କଂଗ୍ରେସର ୧୩ ଜଣ ଅଛନ୍ତି।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ମାତ୍ର ଗୋଟିଏ ଦିନ ପାଇଁ ବିଧାନସଭା ଅଧିବେଶନ ରଖାଯାଇଥିବା ବେଳେ ଦୀପାବଳି ପରେ ସରକାର ନିୟମିତ ଅଧିବେଶନ ଡାକିବେ। ତେବେ ବିଧାନସଭା ସଚିବ ଗୁରୁବାର ବିଧାନସଭା ପରିସର ପରିଦର୍ଶନ କରି ପ୍ରସ୍ତୁତି ର ସମୀକ୍ଷା କରିଛନ୍ତି। ବିଧାନସଭା ସଚିବାଳୟ ପକ୍ଷରୁ ଜାରିହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଶୁକ୍ରବାର ରାଜଭବନରେ ବେରିର କଂଗ୍ରେସ ବିଧାୟକ ରଘୁବୀର କାଦୟାନଙ୍କୁ ଶପଥ ପାଠ କରାଇବେ।