ରିୟାଧ୍: ପ୍ରସିଦ୍ଧ ଫୁଟ୍ବଲର ତଥା କିମ୍ବଦନ୍ତୀ କ୍ରୀଡ଼ାବିତ କ୍ରିଷ୍ଟାନୋ ରୋନାଲ୍ଡୋଙ୍କର ବିଶ୍ୱବ୍ୟାପୀ ପ୍ରଶଂସକ ରହିଥିବା ବେଳେ ତାଙ୍କୁ ସାକ୍ଷାତ କରିବା ପାଇଁ ଜଣେ ପ୍ରଶଂସକ ସାଇକେଲ ଯୋଗେ ୧୩ ହଜାର କିଲୋମିଟର ଯାତ୍ରା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଚାଇନାର ଗୋଙ୍ଗ୍(୨୪) ନାମକ ଜଣେ ରୋନାଲ୍ଡୋ ପ୍ରଶଂସକ ସାଇକେଲ ଯୋଗେ ଚାଇନାରୁ ସାଉଦି ଆରବ ଯାତ୍ରା କରିଥିବା ସୂଚନା ମିଳିଛି। ଏହି ଯାତ୍ରାରେ ସେ ନିଜର ଆଦର୍ଶ ଫୁଟ୍ବଲରଙ୍କୁ ସାକ୍ଷାତ କରିବା ପାଇଁ ସାଇକେଲରେ ୧୩ ହଜାର କି.ମି. ଦୂରତା ଅତିକ୍ରମ କରିଥିବା ସୂଚନା ମିଳିଛି। ତେବେ ଚାଇନାରୁ ସାଉଦି ଯିବାପାଇଁ ତାଙ୍କୁ ପ୍ରାୟ ୭ ମାସ ସମୟ ଲାଗିଥିଲା । ଗୋଙ୍ଗ୍ ଗତ ମାର୍ଚ୍ଚ ୧୮ରେ ଏହି ଯାତ୍ରା ଆରମ୍ଭ କରିଥିବାବେଳେ ସେ ସୋମବାର ରୋନାଲଡୋଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସେ ସାଉଦି ଆରବର ଅଲ୍ ନାସର ଫୁଟ୍ବଲ୍ କ୍ଲବ ସମ୍ମୁଖରେ କରିଛନ୍ତି। ଏହି ସାକ୍ଷାତ ଅବସରରେ ରୋନାଲ୍ଡୋ ତାଙ୍କ ଫ୍ୟାନ ଗୋଙ୍ଗ୍ଙ୍କୁ ନିଜର ଜର୍ସି ଓ ଅଟୋଗ୍ରାଫ୍ ଉପହାର ସ୍ୱରୂପ ଦେଇଥିବା ସୂଚନା ମିଳିଛି । ଅପରପକ୍ଷରେ ଗୋଙ୍ଗ୍ ଏହି ସାକ୍ଷାତ୍ ପରେ ବହୁତ ଖୁସି ଅଛନ୍ତି ବୋଲି ସୂଚନା ମିଳିଛି।