ସୋମବାର ବିଶ୍ବ ବଜାର ଓ ଭାରତରେ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀ ଆପଲ ଆଇଏନସି iPhone 16 ଲଞ୍ଚ କରିଛି। ଏଥିସହ କମ୍ପାନୀ iPhone 16 ପ୍ରୋ ଓ ଆପଲ ୱାଚ ସିରିଜ 10 ମଧ୍ୟ ଲଞ୍ଚ କରିଛି। ତେବେ ପ୍ରଥମ ଥର ପାଇଁ ଆପଲ ଆଇଏନସି ତାର ପୂର୍ବ ପ୍ରଚଳିତ ପରମ୍ପରା ଭାଙ୍ଗିଛି। ଚଳିତ ଥର ପ୍ରଥମ ଥର ପାଇଁ ଶୁକ୍ରବାର ପରିବର୍ତ୍ତେ ସୋମବାର ଲଞ୍ଚିଂ ଇଭେଣ୍ଚ ଆୟୋଜିତ ହୋଇଛି।
ତେବେ ଏହି ବଡ଼ ପରିବର୍ତ୍ତନର ମୁଖ୍ୟ କାରଣ ହେଉଛି ଏକ କୋର୍ଟ ମାମଲା । ଆପଲ ଏବଂ ଆୟର୍ଲାଣ୍ଡ ମିଳିତ ଭାବେ ୨୦୦୪ ଏବଂ ୨୦୧୪ ମଧ୍ୟରେ ୧୦୦ ବିଲିୟନ ଡଲାରରୁ ଅଧିକ ଟିକସ ଫାଙ୍କିବା ପାଇଁ ମିଲଟ ଭାବେ କାମ କରିଥିଲେ। ଏହି ମାମଲା ୨୦୧୬ ମସିହାରେ ଆରମ୍ଭ ହୋଇ ଜରିମାନା ଲାଗୁ କରାଯାଇଥିଲା । ଏହାର ଶୁଣାଣି ସେପ୍ଟେମ୍ବର ୧୦ ରେ ହେବାକୁ ଅଛି । ଯଦି ଏହି ଶୁଣାଣି ଆପଲ ବିପକ୍ଷରେ ଯାଏ ତେବେ ଏହା ବିକ୍ରି ଉପରେ ପ୍ରଭାବ ପକାଇପାରେ। ତେଣୁ କମ୍ପାନୀ ପକ୍ଷରୁ ସୋମବାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଅନ୍ୟପକ୍ଷରେ ଆପଲ iPhone 16 ସିରିଜର ଲଞ୍ଚ ତାରିଖ ପରିବର୍ତ୍ତନ କରିବାର ଅନ୍ୟ ଏକ କାରଣ ହେଉଛି ଆମେରିକାରେ ପ୍ରଥମ ରାଷ୍ଟ୍ରପତି ବିତର୍କ ସେପ୍ଟେମ୍ବର ୧୦ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବିତର୍କ କାମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେବାକୁ ଥିବାରୁ ଏହା ମିଡିଆ କଭରେଜ ହ୍ରାସ ପାଇବା ନେଇ ଏହି ଲଞ୍ଚ ଇଭେଣ୍ଟ ସେପ୍ଟେମ୍ବର ୯କୁ ତାରିଖରେ ହେବାକୁ ନିଷ୍ପତ୍ତି ନିଆଯାଇଥିଲା।