ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସୁପ୍ରିମକୋର୍ଟରେ ୬ଜଣ ବରିଷ୍ଠ ଆଇନଜୀବୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଆଇନଜୀବୀଙ୍କୁ ସୁପ୍ରିମକୋର୍ଟରେ ଅତିରିକ୍ତ ସଲିସିଟର ଜେନେରାଲ(ଏଏସଜି) ଭାବେ ନିଯୁକ୍ତ କରାଯାଇଛି। କ୍ୟାବିନେଟ୍ ନିଯୁକ୍ତି କମିଟି ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅତିରିକ୍ତ ସଲିସିଟର ଜେନେରାଲ ମାନଙ୍କର କାର୍ଯ୍ୟକାଳ ୩ ବର୍ଷ ରହିବ। ତେବେ କ୍ୟାବିନେଟ୍ ନିଯୁକ୍ତି କମିଟିରେ ଶ୍ରୀ ଏସ୍. ଦ୍ଵାରକାନାଥ, ଶ୍ରୀମତୀ ଅର୍ଚ୍ଚନା ପାଠକ ଦାବେ, ଶ୍ରୀ ସତ୍ୟ ଦର୍ଶୀ ସଞ୍ଜୟ, ଶ୍ରୀ ବ୍ରିଜେନ୍ଦ୍ର ଚାହର, ଶ୍ରୀ ରାଘବେନ୍ଦ୍ର ପି. ଶଙ୍କର, ଶ୍ରୀ ରାଜକୁମାର ଭାସ୍କର ଠାକରେ(ରାଜା ଠାକରେ)ଙ୍କୁ ଏଏସଜି ଭାବେ ନିଯୁକ୍ତ କରାଯାଇଛି।
ପ୍ରକାଶଥାଉ କି, ଉପରୋକ୍ତ ସମସ୍ତ ଏଏସଜି ସାମ୍ବିଧାନିକ ଆଇନ, ବାଣିଜ୍ୟିକ ଆଇନ ଏବଂ କର୍ପୋରେଟ୍ ଆଇନ ସମେତ ବିଭିନ୍ନ ଆଇନଗତ କ୍ଷେତ୍ରରେ ପାରଦର୍ଶୀତା ସହିତ ହାଇ ପ୍ରୋଫାଇଲ ମାମଲା ସୁପ୍ରିମକୋର୍ଟରେ ସମାଧାନ କରିଛନ୍ତି। ସେହିପରି ଶ୍ରୀ ସତ୍ୟ ଦର୍ଶୀ ସଞ୍ଜୟ ନିଯୁକ୍ତି ପାଇବା ପୂର୍ବରୁ ବିହାରର ପାଟନା ହାଇକୋର୍ଟରେ ଅତିରିକ୍ତ ସଲିସିଟର ଜେନେରାଲ ଥିଲେ।