ନୂଆଦିଲ୍ଲୀ,୧୩।୧୧: ଚମତ୍କାର ପ୍ରଦର୍ଶନ କରି ଚର୍ଚ୍ଚାରେ ଥିବା ୧୭ ବର୍ଷୀୟ ଆୟୁଷ ମାହାତ୍ରେ ରଣଜୀରେ ନିଜର ପ୍ରଦର୍ଶନ ପାଇଁ ସମସ୍ତଙ୍କ ପ୍ରସଂଶାର ପାତ୍ର ହୋଇଥିଲେ। ସେଥିପାଇଁ ତାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଟ୍ରାଏଲ୍ ନିମନ୍ତେ ଡାକରା ଆସିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ସିଏସ୍କେକୁ ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍ର ଆବଶ୍ୟକତା ରହିଛି। ତେଣୁ ଧୋନୀ ବିକଳ୍ପ ରୂପେ ମେଗା ଅକ୍ସନ ପୂର୍ବରୁ ଆୟୁଷଙ୍କୁ ଟ୍ରାଏଲ୍ ପାଇଁ ଡାକିଛନ୍ତି। ତେବେ ଆୟୁଷ ରଣଜୀର ୫ମ ରାଉଣ୍ଡ ମ୍ୟାଚ୍ ଏବଂ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ମଝିରେ ହେବାକୁ ଥିବା ବ୍ରେକ୍ରେ ଟ୍ରାଏଲ ଦେବା ନେଇ ସୂଚନା ମିଳିଛି। ଅନୁମାନ କରାଯାଉଛି ଯେ, ଆଇପିଏଲରେ ସିଏସ୍କେ ପକ୍ଷରୁ ଆୟୁଷ ଅଧିନାୟକ ଋତୁରାଜ ଗାଏକଓ୍ବାଡଙ୍କ ସହ ମଇଦାନକୁ ଓହ୍ଲାଇ ପାରନ୍ତି। କାରଣ ଡିଭନ୍ କନଓ୍ବେଙ୍କୁ ଚେନ୍ନାଇ ଚଳିତ ସିଜନ ପାଇଁ ବଜାୟ ରଖିନାହିଁ।
ପ୍ରକାଶଥାଉ କି, ଆୟୁଷ ମୁମ୍ବାଇ କ୍ରିକେଟ ଆସୋସିଏସନ ପାଇଁ ଖେଳୁଥିବା ଆୟୁଷ ୨୦୨୪ ଇରାନୀ କପ୍ରେ ଫାଷ୍ଟ କ୍ଲାସ ଡେବ୍ୟୁ କରିଥିଲେ। ସେ ପୃଥ୍ବୀ ଶ’ଙ୍କ ସହ ଓପନିଂ କରି ପ୍ରଥମ ଇନିଂସରେ ୧୯ ଏବଂ ଦ୍ୱିତୀୟରେ ୧୪ ରନ୍ କରିଥିଲେ। ସେହିଭଳି ପ୍ରଥମ ରଣଜୀ ମ୍ୟାଚରେ ସେ ବରୋଦା ବିପକ୍ଷରେ ଅର୍ଦ୍ଧଶତକ ସ୍କୋର କରିଥିଲେ। ମହାରାଷ୍ଟ୍ର ବିପକ୍ଷ ମ୍ୟାଚରେ ୨୩୨ ବଲ୍ରେ ୧୭୬ ରନ୍ କରି ଚର୍ଚ୍ଚାକୁ ଆସିଥିବା ଆୟୁଷ ଏପର୍ଯ୍ୟନ୍ତ ୫ଟି ଫାଷ୍ଟ କ୍ଲାସ ମ୍ୟାଚ୍ ଖେଳି ୩୩.୬୬ ହାରରେ ୩୨୧ ରନ୍ କରିଛନ୍ତି। ବର୍ତ୍ତମାନ ସେ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ସମ୍ଭାବିତ ଖେଳାଳିମାନଙ୍କ ମଧ୍ୟରେ ସାମିଲ ଅଛନ୍ତି। କିନ୍ତୁ ସିଏସ୍କେ ସିଇଓ କାଶୀ ବିଶ୍ୱନାଥ ବୋର୍ଡଠାରୁ ଟ୍ରାଏଲ ଲାଗ ଅନୁମତି ଆଣିଛନ୍ତି।