ଲାହୋର: ପାକିସ୍ତାନରେ ଆୟୋଜନ ହେବା ଓ ନହେବାର ଦ୍ବନ୍ଦ୍ବ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ଟ୍ରଫି ଯାତ୍ରା ତାଲିକା ଜାରି କରିଛି ଆଇସିସି । ଶନିବାର ଠାରୁ ପାକିସ୍ତାନର ବିଭିନ୍ନ ସହରକୁ ଆରମ୍ଭ ହୋଇଛି ଆଇସିସି ଚାମ୍ପିଅନ୍ସ ‘ଟ୍ରଫି’ର ଯାତ୍ରା । ବିସିସିଆଇର ଆପତ୍ତି ପରେ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନ ଅଧିକୃତ କଶ୍ମୀର ଯିବା ସହ ପାକିସ୍ତାନର ପିଓକେ ଯିବା ଯୋଜନାକୁ ବାତିଲ କରିଛି । ଟାମ୍ପିଅନ୍ସ ଟ୍ରଫି ଟୁର ୧୬ ନଭେମ୍ବରରୁ ଇସଲାମାବାଦରୁ ଆରମ୍ଭ ହୋଇ ୨୬ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ଏହାପରେ ଟ୍ରଫି ପୁଣି ପାକିସ୍ତାନ ଫେରିଯିବ । ତେବେ ନଭେମ୍ବର ୧୬ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏହି ଟ୍ରଫି ଯାତ୍ରା କରାଚିରୁ ବାହାରି ରାୱଲପିଣ୍ଡି, ଇସଲାମାବାଦ୍, ଆବୋଟାବାଦ୍, ଖାଇବର ପଖତୁନୱାଲା ଅଞ୍ଚଳକୁ ଯିବ। ସେହିଭଳି ତକ୍ଷଶିଳା, ଖାନପୁର, ମୁରୀ ଓ ନାଥିଆ ଗଲି ଅଞ୍ଚଳରେ ମଧ୍ୟ ଏହି ଟ୍ରଫି ଯାତ୍ରା କରିବ। ତେବେ ବିସିସିଆଇର ବିରୋଧ ପରେ ଟ୍ରଫି ଯାତ୍ରାର ସୂଚୀରୁ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ବାଦ୍ ଦିଆଯାଇଛି।
ପ୍ରକାଶଥାଉ କି, ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପକ୍ଷରୁ ଏକତରଫା ଭାବେ ଘୋଷଣା କରାଯାଇଥିବା ସୂଚୀରେ ପିଓକେର ସ୍କର୍ଦ୍ଦୁ, ହୁଞ୍ଜା ଓ ମୁଜାଫରାବାଦ୍ ସ୍ଥାନ ପାଇଥିଲା। କିନ୍ତୁ ବିସିସିଆଇ ସମ୍ପାଦକ ଜୟ ସାହା ଏହାକୁ ଦୃଢ଼ ବିରୋଧ କରି ଆଇସିସିକୁ ଚିଠି ଲେଖିବା ପରେ ଏବେ ପିଓକେ ଧାର୍ଯ୍ୟ ସ୍ଥାନଗୁଡିକୁ ଟ୍ରଫି ଟୁର୍ରୁ ବାଦ୍ ଦିଆଯାଇଛି। ପାକିସ୍ତାନର ବିଭିନ୍ନ ସହର ବୁଲିବା ପରେ ଚାମ୍ପିଅନ୍ସ ଟ୍ରଫିର ଆକର୍ଷଣୀୟ କପ୍ ନଭେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ଆଫଗାନିସ୍ତାନ, ଡିସେମ୍ବର ୧୦ରୁ ୧୩ ପର୍ଯ୍ୟନ୍ତ ବାଂଲାଦେଶ, ଡିସେମ୍ବର ୧୫ରୁ ୨୨ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ, ଡିସେମ୍ବର ୨୫ରୁ ଜାନୁଆରି ୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ, ଜାନୁଆରି ୬ରୁ ୧୧ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡରେ, ଜାନୁଆରି ୧୨ରୁ ୧୪ ପର୍ଯ୍ୟନ୍ତ ଇଂଲଣ୍ଡରେ ରହି ହୋଇ ଜାନୁଆରି ୧୫ରୁ ୨୬ ପର୍ଯ୍ୟନ୍ତ ଭାରତ ଆସିବ।