ନୂଆଦିଲ୍ଲୀ,୨୬ା୧୧: ଭାରତୀୟ କ୍ରିକେଟ ଦଳର କୋଚ୍ ଗୋତମ ଗମ୍ଭୀର ସାମୟିକ ଭାବରେ ଭାରତ ଆସିଛନ୍ତି । ତାଙ୍କର ବ୍ୟକ୍ତିଗତ କାରଣ ପାଇଁ ସେ ଅଷ୍ଟ୍ରେଲିଆରୁ ସ୍ୱଦେଶକୁ ଆସିଛନ୍ତି । ତେବେ ଡିସେମ୍ବର ୬ ତାରିଖରେ ପିଙ୍କ୍ ବଲରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ପୂର୍ବରୁ ସେ ଫେରିଯାଇ ଦଳ ସହିତ ଯୋଗଦେବେ ବୋଲି ଜଣାଯାଇଛି । ଦ୍ୱିତୀୟ ମ୍ୟାଚ୍ ପିଙ୍କ୍ବଲରେ ଆଡିଲେଡରେ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି । ଗମ୍ଭୀର ଭାରତ ଆସିବା ସମ୍ପର୍କରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଜଣାଇ ଦେଇଛନ୍ତି । ବିସିସିଆଇ ତାଙ୍କର ଅନୁରୋଧ ଗ୍ରହଣ କରିଥିବା ଜଣାଯାଇଛି ।
ସୂଚନାଯୋଗ୍ୟ ଯେ ଭାରତୀୟ ଦଳ ବୁଧବାର କାନବେରା ଗସ୍ତକରି ସେଠାରେ ଦୁଇ ଦିନିଆ ପିଙ୍କ୍ ବଲ ଟୁର ଗେମ୍ ଖେଳିବେ । ଗମ୍ଭୀରଙ୍କ ଅନୁପସ୍ଥିତିରେ ଦଳର ସହକାରୀ କୋଚ୍ ଅଭିଷେକ ନାୟର ଏବଂ ରିୟାନ ଟେନ୍ ଡୋସେଟ୍, ବୋଲିଂ କୋଚ ମୋର୍ନେ ମର୍କେଲ ଓ ଫିଲଡିଂ କୋଚ ଟି ଦିଲୀପ ପ୍ରମୁଖ ଖେଳାଳିମାନଙ୍କର ତାଲିମ କାର୍ଯ୍ୟକ୍ରମ ଦେଖାଶୁଣା କରିବେ । ଇତିମଧ୍ୟରେ ଦଳର ଅଧିନାୟକ ରୋହିତ ଶର୍ମା ଯାଇ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛନ୍ତି ଏବଂ ଦ୍ୱିତୀୟ ଟେଷ୍ଟରୁ ସେ ଦଳର ନେତୃତ୍ୱ ନେବେ ।