କାନବେରା, ୨୮|୧୧: କ୍ରିକେଟ ଦୁନିଆରେ ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି । ବର୍ଡ଼ର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ କ୍ରିକେଟ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ରହିଥିବା ବେଳେ ଅଷ୍ଟ୍ରେଲିଆର ୨୩ ବର୍ଷୀୟ ଅଲରାଉଣ୍ଡର ଆଡ଼ି ଡେଭଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କ୍ରିକେଟରଙ୍କ ମ୍ତ୍ୟୁ ବିଷୟରେ ଫେସବୁକ ପେଜରେ ଏକ ପୋଷ୍ଟ କରି ସୂଚନା ଦେଇଛି ଡେଭିନ କ୍ରିକେଟ କ୍ଲବ। ତେବେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଡେଭ ଜଣେ ଅଲରାଉଣ୍ଡର ଖେଳାଳି ହୋଇଥିବା ବେଳେ ବାମହାତୀ ସ୍ପିନର ଥିଲେ । ସେ ତାଙ୍କ କ୍ୟାରିୟରରେ ଭଲ ଭଲ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିଲେ । ଡେଭ ପ୍ରଥମ ଥର ପାଇଁ ୧୫ ବର୍ଷ ବୟସରେ ଚର୍ଚ୍ଚାକୁ ଆସିଥିଲେ । ୨୦୧୭ ମସିହାରେ ଖେଳାଳି ଇଣ୍ଟ୍ରା ସ୍କ୍ବାର୍ଡରେ ଡେଭିଡ ୱାର୍ଣ୍ଣର ଏବଂ ଷ୍ଟିଭ ସ୍ମିଥ ସହିତ ମ୍ୟାଚ ଖେଳିଥିଲେ ।