ଖ୍ରୀଷ୍ଟଚର୍ଚ୍ଚ: ବିଶ୍ୱର ଅନ୍ୟତମ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ନାମରେ ଅନେକ ରେକର୍ଡ ରହିଥିବା ବେଳେ ଇଂଲଣ୍ଡର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ଏହି ରେକର୍ଡ ମଧ୍ୟରୁ ଗୋଟିଏ ରେକର୍ଡ ଭାଙ୍ଗିଛନ୍ତି। ଖ୍ରୀଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ରୁଟ୍ ଏହି ରେକର୍ଡ ଭାଙ୍ଗିଛନ୍ତି। ଇଂଲଣ୍ଡ ଏହି ମ୍ୟାଚ୍କୁ ୮ ୱିକେଟରେ ଜିତି ନେଇଛି।
ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଇନିଂସରେ ଜୋ ରୁଟ୍ ୨୩ ରନ୍ର ଇନିଂସ ସହ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ଟେଷ୍ଟ ମ୍ୟାଚରେ ଚତୁର୍ଥ ଇନିଂସରେ ସେ ସର୍ବାଧିକ ରନ୍ ସ୍କୋରର ଅଧିକାରୀ ହୋଇଛନ୍ତି। ରୁଟ୍ ନିଜର ୧୫୦ତମ ଟେଷ୍ଟ୍ ଖେଳିଥିବା ବେଳେ ଚତୁର୍ଥ ଇନିଂସରେ ସର୍ବାଧିକ ରନ୍ କରିବା କ୍ଷେତ୍ରରେ ସେ ନମ୍ବର-୧ରେ ରହିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ସଚିନ ଟେଷ୍ଟ ମ୍ୟାଚର ଚତୁର୍ଥ ଇନିଂସରେ ୧୬୨୫ ରନ୍ କରିଥିବା ବେଳେ ରୁଟ୍ ୧୬୩୦ ରନ୍ ହାସଲ କରି ତାଙ୍କୁ ପଛରେ ପକାଇଛନ୍ତି। ସେହିପରି ଉଭୟ ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ୍ ଏବଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ୍ ସ୍ମିଥ୍ ୧୬୧୧ ରନ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି।