ଭୁବନେଶ୍ୱର: ଆସନ୍ତା ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିଅନସିପ ଅନୁଷ୍ଠିତ ହେବାକୁ ଯାଉଛି। ପାଞ୍ଚ ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୨୦୦୦ କ୍ରୀଡ଼ାବିତ୍ ଭାଗ ନେବେ ବୋଲି ସୂଚନା ମିଳିଛି।
ହରିୟାଣାରୁ ସର୍ବାଧିକ ୧୫୦ କ୍ରୀଡ଼ାବିତ୍ ପ୍ରତିଯୋଗିତାରେ ଭାଗନେବାକୁ ଥିବା ବେଳେ ଓଡ଼ିଶାରୁ ୭୮ ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବା ପାଇଁ ଯାଉଛନ୍ତି। ସେଥିମଧ୍ୟରୁ ୪୩ ଜଣ ପୁରୁଷ ଏବଂ ୩୫ ଜଣ ମହିଳା କ୍ରୀଡ଼ାବିତ୍ ଅଛନ୍ତି। ଏନେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇ ସମସ୍ତ କ୍ରୀଡ଼ାବିତ୍ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରୁଥିବା କହିଛନ୍ତି।
ପ୍ରକାଶଥାଉ କି, ଚଳିତବର୍ଷ ଓଡ଼ିଶାରେ ୨୭ତମ ନ୍ୟାସନାଲ ଫେଡେରେସନ ସିନିୟର ଆଥଲେଟିକ୍ସ, ୭୦ତମ ଓଡ଼ିଶା ରାଜ୍ୟ ସିନିୟର ଓ ଜୁନିୟର ଆଥଲେଟିକ୍ସ ଚାମ୍ପିଅନସିପ ଏବଂ ୩୫ତମ ଇଷ୍ଟଜୋନ୍ ଜୁନିୟର ଆଥଲେଟିକ୍ସ ଚାମ୍ପିଅନସିପ ଆଦି ଅନୁଷ୍ଠିତ ହୋଇସାରିଛି।