ନୂଆଁଖାଇ ପର୍ବ ଦିନ ସମୂଲପୁର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସି. ଏମ୍. କିସାନ ଯୋଜନା ର ଶୁଭାରମ୍ଭ କରି ପଥମ କିସ୍ତିରେ ୪୬ ଲକ୍ଷ ରୁ ଉର୍ଦ୍ଧ୍ବ ଚାଷୀ କଂ ପାଖକୁ ୨ ହଜାର ଟଙ୍କା ଦିଆଯାଇଛି ଏବଂ ଅକ୍ଷୟ ତୃତୀୟା ରେ ଦ୍ଵିତୀୟ କିସ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାରୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଙ୍କ ନେତୃତ୍ଵରେ ଶତାଧିକ ଚାଷୀ ନେତା ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ତାଙ୍କର ଭୂବନେଶ୍ୱରସସ୍ଥିତ ବାସ ଭବନରେ ସମର୍ଦ୍ଧନା ଜଣାଇଛନ୍ତି।
ସାରା ରାଜ୍ୟରୁ ଆସିଥିବା ଚାଷୀ ନେତା ମାନେ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ। ଚାଷୀ ମାନେ ସେମାନେ ଚାଷ କରିଥିବା ବାଇଗଣ, କରଲା, ଭେଣ୍ଡି, ଜହ୍ନି, କାକୁଡି ପ୍ରଭୃତି ପନିପରିବା ଭର୍ତ୍ତି ପାଛିଆ ଶ୍ରଦ୍ଧାର ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବା ସହିତ ସାଗଂରେ ଆଣିଥିବା ଝାମ୍ପି କୁ ମୁଖ୍ୟମନ୍ତ୍ରୀ ଙ୍କୁ ପଢ଼ାଇଥିଲେ। ସମସ୍ତ ଚାଷୀ ଭାଇ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଥିଲେ। ଓଡିଶା ର ଯଶସ୍ୱୀ ଲୋକପ୍ରିୟ ଚାଷୀ ଦରଦୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝି ଶପଥପାଠ କରିବା ର ମାତ୍ର ୩ ମାସ ନପୁରୁଣୁ ଚାଷୀ ମାନଙ୍କ ର ଆୟ କୁ ଦୁଇ ଗୁଣା କରିବା ସହିତ ସମୃଦ୍ଧ କରିବା ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ଗୋଟାକ ପରେ ଗୋଟେ ପଦକ୍ଷେପମାନ ନେଇ ଚାଲିଛନ୍ତି। ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା କରିବା, ୫୮ ଟି ସବ୍ଡ଼ିଭିଜନ ରେ ଶୀତଳଭଣ୍ଡାର କରିବା, ଚାଷ ଜମି କୁ ଉଠା ଜଳସେଚନ ଦ୍ଵାରା ଜଳସେଚନ ପାଇଁ ବ୍ୟବସ୍ଥା କରିବା, ସମସ୍ତ ବ୍ଲକରେ ପନିପରିବା ମଣ୍ଡି ର ବ୍ୟବସ୍ଥା କରିବା, ଚାଷୀ ପରିବାର ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଘୋଷଣା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଚାଷୀ ନେତା ମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଉପସ୍ଥିତ ଚାଷୀ ମାନଙ୍କୁ ତାଙ୍କର ଭାଷଣରେ କହିଲେ ଓଡିଶାର ଚାଷୀ ମାନଙ୍କୁ ସମୃଦ୍ଧ କରିବା ପାଇଁ ଓ ଆୟ କୁ ଦୁଇ ଗୁଣା କରିବା ପାଇଁ ମୋ ସରକାର ସମର୍ପିତ ଅଟେ। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ଉପସଭାପତି ଶ୍ରୀ ହୃଷୀକେଶ ଜେନା ଓ ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ଵାଇଁ ଓ ଅଶୋକ କୁମାର ରଥ, ବରିଷ୍ଠ ବିଜେପି ନେତା ଶୁଭ୍ରାଂଶୁ ଶେଖର ପାଢୀ, ରାଜ୍ୟ ସଂଯୋଜକ ଡକ୍ଟର ଜଗନ୍ନାଥ ମହାପାତ୍ର, ସୁଦର୍ଶନ ବିଶ୍ବାଲ, ସଞ୍ଜୀବ କୁମାର ରଣା, ସନ୍ତୋଷ କୁମାର ରାଉତ, ସନ୍ତୋଷ କୁମାର ଜେନା, ବିକ୍ରମ କୁମାର ରାଉତ, ଶିବ ପ୍ରସାଦ ମିଶ୍ର, ଅଜୟ କୁମାର ପ୍ରଧାନ,ଶ୍ରୀନିବାସ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ସୁରଥ କୁମାର ସେଠୀ, ଉତ୍କଳମଣି ମନ୍ତ୍ରୀ, ତପନ କୁମାର ବେହେରା, ସୁଶାନ୍ତ କୁମାର ମହାନ୍ତି, ପାଣ୍ଡବ ଚନ୍ଦ୍ର ଧଲ, ଦୁର୍ଯ୍ୟୋଧନ ଲେକାଂ, ଦିପ୍ତି ଜେନା, ଶ୍ରୀମତୀ ନନ୍ଦିନୀ ଶତପଥୀ, ସୁଶ୍ରୀ ଅମିତା କର ପ୍ରମୁଖ କଂ ସମେତ ଶତାଧିକ ଚାଷୀ ଯୋଗଦାନ କରିଥିଲେ।