କଟକ: ସଂକ୍ରାମକ, ଜୀବନଶୈଳୀ ସମ୍ପର୍କିତ ଠାରୁ ନେଇ ପୁରାତନ ପର୍ଯ୍ୟନ୍ତ ରୋଗଗୁଡିକର ବର୍ଦ୍ଧିତ ଉପସ୍ଥିତିର ମୁକାବିଲା କରିବା ଦିଗରେ ଭାରତ ବିଶାଳ ସଂଗ୍ରାମ କରୁଛି । ରାଷ୍ଟ୍ର ବିଶେଷଭାବରେ ଆନେମିଆ, ଥାଲାସେମିଆ, ସିକଲସେଲ ଆନେମିଆ, ହେମୋଫିଲିଆ ଏବଂ ରକ୍ତ କର୍କଟ ଭଳି ରକ୍ତ ବ୍ୟତିକ୍ରମ ଜନିତ ବିପୁଳ ବୋଝର ଶିକାର ହେଉଛି ।
ଏକ ଆକଳନରୁ ଜଣାଯାଇଛି ଯେ ଭାରତରେ ମୋଟ ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତରୁ ଅଧିକ ଗୁଣସୂତ୍ର ଜନିତ, ବଂଶଗତରୁ ନେଇ ଅପପୁଷ୍ଟି ଏବଂ ଅନ୍ୟାନ୍ୟ ଅଭାବ କାରଣରୁ କୋ÷ଣସି ନା କୋ÷ଣସି ପ୍ରକାର ରକ୍ତହୀନତାର ଶିକାର ହେଉଛନ୍ତି । ଓଡ଼ିଶାରେ ଅନେକ ଅଂଚଳରେ ହେମୋଗ୍ଲୋବିନୋପାଥିଜ୍ର ଚିନ୍ତାଜନକ ଉପସ୍ଥିତିକୁ ନେଇ ରକ୍ତହୀନତା ସମସ୍ୟା ଅଧିକ ଉକ୍ରଟ ରହିଛି । ଓଡ଼ିଶାର ମୋଟ ଜନସଂଖ୍ୟାର ୧୫ ପ୍ରତିଶତରୁ ଅଧିକ ଗୁଣସୂତ୍ରଜନିତ ଏଚ୍ବି ପାଥିଜ୍ (ଥାଲାସେମିଆ, ସିକଲ ସେଲ ରୋଗ ଆଦି)ରେ ଆକ୍ରାନ୍ତ ଯାହା ଓଡ଼ିଶାରେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ହୋଇଛି । କେତେକ ଅଂଚଳ ଏବଂ ସମୁଦାୟରେ ଏହା ପ୍ରାୟ ୬୦ ପ୍ରତିଶତ ରହିଛି । ଏହାବ୍ୟତୀତ ହେମୋଫିଲିଆ ଏବଂ ରକ୍ତ କର୍କଟ ଆଦି ଅନ୍ୟ ରକ୍ତ ରୋଗୁଡିକ ଦେଶର ଏହି ଭାଗରେ ଅତି ମାମୁଲି ଘଟଣା ହୋଇଛି ।
ଏହି ପୃଷ୍ଠଭୂମିରେ ଓଡ଼ିଶା ହେମାଟୋଲୋଜି ସେପ୍ଟେମ୍ବର ୧୩ ତାରିଖରେ ପ୍ରାକ୍ ସମ୍ମିଳନୀ କର୍ମଶାଳା ଏବଂ ୧୪ ତାରିଖରେ ଓଡ଼ିଶା ହେମାଟୋଲୋଜିର ୧୪ଶ ବାର୍ଷିକ ବୈଠକ ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ ଅନୁଷ୍ଠିତ ହେବ । ଏହାର ଲକ୍ଷ୍ୟ ହେଉଛି ରକ୍ତ ବ୍ୟତିକ୍ରମ ଏବଂ ରୋଗଗୁଡିକ ଜନିତ ବୋଝ ଏବଂ ହେମାଟୋଲୋଜି କ୍ଷେତ୍ରରେ ବିବିଧ ଉଦ୍ଭବ ପ୍ରସଙ୍ଗଗୁଡିକ ସମ୍ପର୍କରେ ଆଲୋଚନା କରିବା । ନିରୂପଣ ଏବଂ ଚିକିତ୍ସା ତଥା ଡାକ୍ତରମାନଙ୍କୁ ସାମ୍ପ୍ରତିକ ପରିସ୍ଥିତି ସହିତ ପୁନଃପରିଚିତ କରାଇବା ନିମେନ୍ତ ସର୍ବାଧୁନିକ ଅଗ୍ରଗତି ଉପରେ ବିଚାରଧାରା ଓ ଜ୍ଞାନର ଆଦାନ ପ୍ରଦାନ ହେବ ।
ଓଡ଼ିଶାର ବିଭିନ୍ନ ଭାଗରୁ ୪୦୦ରୁ ଅଧିକ ଡାକ୍ତର ଏବଂ ଦେଶର ବିଭିନ୍ନ ଭାଗ ଯଥା: ପଶ୍ଚିମ ବଙ୍ଗ, ଝାଡଖଣ୍ଡ, ରାଂଚି, ଭିଲାଇ, ପାଟନା, ଜାମସେଦପୁର, ଦିଲ୍ଲୀ, ଉତର-ପୂର୍ବ ଓ ବିହାର ଆଦି ସ୍ଥାନରୁ ୪୦ ଜାତୀୟ ଫାକଲଟି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । କର୍ମଶାଳା କାର୍ଯ୍ୟକ୍ରମରେ ୭୦ ରେସିଡେଂଣଟ/ଯୁବ ସ୍ନାତକୋତର ବିପୁଳ ଆଗ୍ରହର ସହିତ ଅଂଶଗ୍ରହଣ କରୁଛନ୍ତି ।
ପ୍ରଫେସର ଆର ଜେ ଜେନା, କ୍ଲିନିକାଲ ହେମାଟୋଲୋଜି ଡିପାର୍ଟମେଂଟ, ଏସସିବିଏମସିଏଚ ଏବଂ ଇଣ୍ଡିଆନ ସୋସାଇଟି ଅଫ ହେମାଟୋଲୋଜି ଆଣ୍ଡ ବ୍ଲଡ ଟ୍ରାନ୍ସଫୁ୍ୟଜନର ପ୍ରାକ୍ତନ ପ୍ରେସିଡେଂଟ, ସେକ୍ରେଟାରୀ ଇଷ୍ଟର୍ଣ୍ଣ ହେମାଟୋଲୋଜି ଗ୍ରୁପ୍ ଆଣ୍ଡ ଓଡ଼ିଶା ହେମାଟୋଲୋଜି କହିଛନ୍ତି, “ସମୁଦାୟ ଚିକିତ୍ସା ବିଜ୍ଞାନରେ ହେମାଟୋଲୋଜି ହେଉଛି ଦ୍ରୁତତମ ବିକାଶଶୀଳ ବିଭାଗ, ଯେଉଁଥିରେ ବିଜୁଳି ବେଗରେ ନିରୂପଣ ଓ ଚିକିତ୍ସା ପଦ୍ଧତିରେ ପରିବର୍ତନ ଘଟୁଛି । ବିଶ୍ୱ ହେମାଟୋଲୋଜି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ହେବାକୁ ଯାଉଥିବା ଏହି ସମ୍ମିଳନୀ ଆମ ପାଇଁ ଏକ ବିଶାଳ ସଫଳତା କାରଣ ଓଡ଼ିଶାରେ ଏହା ରୋଗୀଙ୍କ ଯନôରେ ଉଲ୍ଲେଖନୀୟ ଉନ୍ନତି ସାଧିତ କରିବ । ଆଲୋଚନା ଏବଂ ଜ୍ଞାନର ସଂଚରଣ ପ୍ରତ୍ୟକ୍ଷ ଭାବରେ ରୋଗୀ ଚିକିତ୍ସାରେ ରୂପାନ୍ତରିତ ହେବ ।”
ଡା.ସୁଧା ସେଠୀ, ଆସୋସିଏଟ ପ୍ରଫେସର ଏବଂ ଏଚଓଡି, କ୍ଲିନିକାଲ ହେମାଟୋଲୋଜି, ଏସସିବି ମେଡିକାଲ କଲେଜ ଆଣ୍ଡ ହପସିଟାଲ, କଟକ ଏହି ସମ୍ମିଳନୀର ଅର୍ଗାନାଇଜିଂ ସେକ୍ରେଟାରୀ ଅଛନ୍ତି ଏବଂ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ଜୋର ଦେଇ କହିଛନ୍ତି ଯେ, ଲିମ୍ଫୋମା, ମାୟେଲୋମା ଏବଂ ଲୁ୍ୟକେମିଆ ଭଳି ହେମାଟୋଲୋଜି ମାଲିଗ୍ନାନ୍ସିଜରେ ବ୍ୟାପକ ପରିବର୍ତନ ଆସିଛି । ସମସ୍ତ କର୍କଟ ରୋଗୀଙ୍କ କ୍ଷେତ୍ରରେ ସର୍ବଭାରତୀୟସ୍ତରର ବିଶାରଦ ହେବା ସମ୍ଭବ ନୁହେଁ । ସେଥିପାଇଁ ଏହି ରୋଗଗୁଡିକ ଯୋଗ୍ୟତାସମ୍ମନ୍ନ ହେମାଟୋଲୋଷ୍ଟିଙ୍କ ଦ୍ୱାରା ସର୍ବୋତମ ଭାବରେ ପରିଚାଳନା କରାଯାଇଥାଏ ।
ଓଡ଼ିଶା ଦୃଶ୍ୟପଟ୍ଟ
ଓଡ଼ିଶା ବିଗତ ବର୍ଷଗୁଡିକରେ ହେମାଟୋଲୋଜି କ୍ଷେତ୍ରରେ ଯଥେଷ୍ଟ ଆଗକୁ ବଢିଛି । ବାସ୍ତବପକ୍ଷେ ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ସେବା ନିମନ୍ତେ ଦେଶରେ ଏହା ଏକ ମଡେଲ ରାଜ୍ୟ ହୋଇଛି, ଯେଉଁଗୁଡିକ ମଧ୍ୟରୁ ଅଧିକାଂଶ ବାହାର ରାଜ୍ୟ ରୋଗୀଙ୍କ ସମେତ ରାଜ୍ୟର ସମସ୍ତ ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି ।
ରାଜ୍ୟ ସରକାର ତାଙ୍କର ପ୍ରୟାସରେ ଏସସିବି ଏମସିଏଚ୍ରେ କେବଳ ଏକ ପୂର୍ଣ୍ଣାଙ୍ଗ ବୋନ ମ୍ୟାରୋ ପ୍ରତିରୋପଣ (ବିଏମଟି) ସୁବିଧା ସ୍ଥାପନ କରିନାହାନ୍ତି, ଯାହା ଭାରତରେ ଏକମାତ୍ର ସରକାରୀ ହସପିଟାଲ ଭାବରେ ବିଏମଟି ସୁବିଧା ଯୋଗାଉଛି, ତାହାସହିତ ସମୁଦାୟ ପ୍ରତିରୋପଣ ସେବା ମାଗଣାରେ ହେବା ସୁନିଶ୍ଚିତ କରିଛନ୍ତି । ଆଜି ପର୍ଯ୍ୟନ୍ତ ୧୬୫ ରକ୍ତ କର୍କଟ ରୋଗୀ ସଫଳତାର ସହିତ ବିଏମ୍ଟି ସମ୍ପୂର୍ଣ୍ଣ ମାଗଣାରେ ଲାଭ କରିଛନ୍ତି । ଆଇଏମଏସ୍ ଆଣ୍ଡ ସମ୍ ହସପିଟାଲ ଓଡ଼ିଶାର ଅନ୍ୟ ଏକ ସେଂଟର ଯାହା ବିଏମଟି ସେବା ଯୋଗାଇ ଦେଉଛି ଏବଂ ସେଠାରେ ପୂର୍ଣ୍ଣାଙ୍ଗ କ୍ଲିନିକାଲ ହେମାଟୋଲୋଜି ବିଭାଗ ରହିଛି । ଏଆଇଆଇଏମଏସ, ଭୁବନେଶ୍ୱର ମଧ୍ୟ ମଧ୍ୟ ପୂର୍ଣ୍ଣାଙ୍ଗ ହେମାଟୋଲୋଜି / ଅଙ୍କୋଲୋଜି ବିଭାଗର ସେବା ଯୋଗାଇଦେଉଛି । ଓଡ଼ିଶା ସରକାର ମଧ୍ୟ ଭିମ୍ସାର, ବୁର୍ଲାରେ ପୂର୍ଣ୍ଣାଙ୍ଗ କ୍ଲିନିକାଲ ହେମାଟୋଲୋଜି ବିଭାଗ ଖୋଲିଛନ୍ତି ଏବଂ ନିକଟ ଭବିଷ୍ୟତରେ ଅନ୍ୟ ପ୍ରତିଷ୍ଠାନଗୁଡିକରେ ଏହା ଖୋଲିବା ଯୋଜନା ରଖିଛନ୍ତି ।
ରାଜ୍ୟ ମଧ୍ୟ ଥାଲାସେମିଆ, ସିକଲ ସେଲ ରୋଗ ଏବଂ ହେମୋଫିଲିଆ ନିମନ୍ତେ ମାଗଣାରେ ରକ୍ତ ଯୋଗାଇବା ବ୍ୟବସ୍ଥା କରିଛି, ତାହାସହିତ ରୋଗୀମାନଙ୍କ ପାଇଁ ମାଗଣାରେ ଜୀବନ ରକ୍ଷାକାରୀ ଔଷଧ ଏବଂ ବ୍ଲଡ ଫାକ୍ଟର ସୁବିଧା ଯୋଗାଉଛି । ଏହି ସମସ୍ତ ବୃହତ ଚିକିତ୍ସା ସମସ୍ୟାଗୁଡିକୁ ରୋକିବା ନିମନ୍ତେ ଏକ ସାମଗ୍ରିକ ଆଭିମୁଖ୍ୟ ନେଇ ନିକଟରେ ‘ଓଡ଼ିଶା ସିକଲ ସେଲ ଡିଜିଜ ଆଣ୍ଡ ଥାଲାସେମିଆ କଂଟ୍ରୋଲ ପ୍ରୋଗ୍ରାମ’ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଛି ଏବଂ ଏହା ଦେଶରେ ଏହି ଧରଣର ପ୍ରଥମ ଓ ଏହା ଜାତୀୟ ସିକଲ ସେଲ ନିରାକରଣ କାର୍ଯ୍ୟକ୍ରମର ରୂପାୟନ ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି ।