ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ । ଶରୀରକୁ ଠିକ୍ ରଖିବା ପାଇଁ ଲୋକେ ଅନେକ ପ୍ରକାର ଚେଷ୍ଟା କରିଥାନ୍ତି । କିଛି ଲୋକ ସୁସ୍ଥ ରହିବା ପାଇଁ ସକାଳୁ ମର୍ଣ୍ଣିଂ ୱାକ୍ ଯାଇଥାଆନ୍ତି ଏବଂ ଆଉ କିଛି ଲୋକ ଜିମ୍ ମଧ୍ୟ ଯାଇଥାଆନ୍ତି । ଏକଥା ବହୁତ କମ୍ ଲୋକ ଜାଣିଥିବେ ଯେ ସବୁଜ ଘାସରେ ଖାଲି ପାଦରେ ଚାଲିଲେ ଉଭୟ ଶାରିରୀକ ଏବଂ ମାନସିକ ଚିନ୍ତାକୁ ଦୂର କରିଥାଏ । ସର୍ବପ୍ରଥମେ ଆପଣଙ୍କୁ ପ୍ରତି ଦିନ ମର୍ଣ୍ଣିଂ ୱାକ୍ ଯିବାକୁ ପଡିବ । ମର୍ଣ୍ଣିଂ ୱାକ୍ କଲେ ଆପଣଙ୍କର ସବୁପ୍ରକାରର ସମସ୍ୟା ବହୁତ ଶୀଘ୍ର ଦୂର ହେବ । ଏହା ସହ ଆପଣ ନିଜକୁ ସୁସ୍ଥ ବୋଲି ମନେକରିବେ । ମର୍ଣ୍ଣିଂ ୱାକ୍ କରିବା ଦ୍ୱାରା ଖାଲି ଶାରୀରିକ ସମସ୍ୟା ନୁହେଁ ବରଂ ମାନସିକ ସମସ୍ୟା ମଧ୍ୟ ଦୂର ହେବ । ଏହାକୁ କରିବା ଦ୍ୱାରା ଆପଣଙ୍କ ଓଜନ ମଧ୍ୟ କଣ୍ଟ୍ରୋଲରେ ରହିଥାଏ । ଖାସ୍ କରି ଡାଇବେଟିସ୍ ରୋଗୀମାନେ ମର୍ଣ୍ଣିଂ ୱାକ୍ କରିବା ନିହାତି ଆବଶ୍ୟକ । ଚାଲିବାର ଫାଇଦା ତ ସମସ୍ତେ ଜାଣିଛନ୍ତି ଯେ ଏହା ଏକ ବ୍ୟାୟାମ ଅଟେ ।
୧. ଚିନ୍ତାମୁକ୍ତ କରେ: ଆପଣ ଯେତେ ଅଧିକ ସମୟ ପ୍ରକୃତିକୁ ଉପଭୋଗ କରିବେ ସେତେ ଚିନ୍ତାମୁକ୍ତ ଏବଂ ସୁସ୍ଥ ରହିବେ । ଏହା ମାଂସପେଶୀର ପ୍ରସାରକୁ ମଧ୍ୟ କମ୍ କରିଥାଏ । ଏହା ମସ୍ତିଷ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।
୨. ମଧୁମେହ ପାଇଁ ଉପଯୋଗୀ: ମଧୁମେହ ରୋଗୀଙ୍କ ପାଇଁ ସବୁଜିମାରେ ବସିବା, ଚାଲିବା ଏବଂ ଦେଖୁବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଶରୀରରେ ଅମ୍ଳଜାନର ସ୍ଥାନ ପୂରଣ ହେବା ଯୋଗୁଁ ମଧୁମେହ ସମସ୍ୟାରୁ ମୁକ୍ତି ମିଳିଥାଏ ।
୩. ଦୃଷ୍ଟିଶକ୍ତି ବୃଦ୍ଧି ପାଇବା: ସକାଳୁ ସକାଳୁ କାକରରେ ଓଦା ହୋଇଥିବା ଘାସ ଉପରେ ଚାଲିବା ଦ୍ୱାରା ଆଖର ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ । ଯେଉଁ ବ୍ୟକ୍ତିମାନେ ଆଖରେ ଚଷମା ଲଗାନ୍ତି ସେମାନେ କିଛି ଦିନ ଘାସରେ ଚାଲିଲେ ତାଙ୍କ ଚଷମା ପିନ୍ଧିବାର ଆବଶ୍ୟକତା ପଡ଼ିନଥାଏ କିମ୍ବା ଚଷମାର ନମ୍ବର କମିଯାଇଥାଏ । ୪. ପ୍ରଦୂଷିତ ବାୟୁରୁ ସୁରକ୍ଷା ପ୍ରଦାନ କରିଥାଏ: ଯେଉଁ ବ୍ୟକ୍ତିମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ରୁହନ୍ତି ସେମାନଙ୍କୁ ଶ୍ୱାସ ଜନିତ ରୋଗ ହେବାର ସମ୍ଭାବନା ଥାଏ । ଏହା ତାଙ୍କ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହା ସ୍ମରଣ ଶକ୍ତିକୁ ମଧ୍ୟ ପ୍ରଭାବିତ କରିଥାଏ।