ନୂଆଦିଲ୍ଲୀ : ଆକ୍ସନ ମୋଡ଼ରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) । ଗୁରୁବାର ସକାଳୁ ଏକାସାଙ୍ଗରେ ଦେଶର ୫ଟି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି। ଆତଙ୍କୀ ଲିଙ୍କକୁ ନେଇ ଏହି ସବୁ ରାଜ୍ୟର ପ୍ରାୟ ୧୯ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜେସ୍-ଇ ମହମ୍ମଦ ସଂସ୍ଥା ସହିତ ଦେଶରେ କିଛି ସ୍ଥାନରେ ଲିଙ୍କ ଥିବା ସୂଚନା ମିଳିଥିଲା । ଏହାପରେ ଚଢ଼ାଉ ଆରମ୍ଭ ହୋଇଥିଲା । ତେବେ ଚଢାଉ ହୋଇଥିବା ରାଜ୍ୟ ମଧ୍ୟରେ ଜାମ୍ମୁ-କାଶ୍ମୀର, ଆସାମ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜୁରାଟର କିଛି ଅଞ୍ଚଳ ରହିଥିବା ଜଣା ପଡିଛି ।
ପ୍ରକାଶଥାଉ କି, ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଠକ୍ କରିବା ଏବଂ ତାଙ୍କୁ ସହଯୋଗ କରୁଥିବା ଲୋକଙ୍କ ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ସରକାର କ୍ରମାଗତ ଭାବେ ଉଦ୍ୟମ ଜାରି ରଖିଛନ୍ତି । ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ବୁଧବାର ଗାଙ୍ଗଷ୍ଟାରଙ୍କ ସହ ଲିଙ୍କ ନେଇ ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିବା ବେଳେ ଗୁରୁବାର ଆତଙ୍କୀ ଲିଙ୍କକୁ ନେଇ ଚଢ଼ାଉ ହୋଇଥିଲା ।