ବିଜେଡି ସରକାରରେ ଥିବା କାଳିଆ ଯୋଜନା ବର୍ତ୍ତମାନ ସରକାରରେ ସିଏମ୍ କିଷାନ ଯୋଜନା ହୋଇଛି।ମୁଖ୍ୟମନ୍ତ୍ରୀ ସି.ଏମ୍. କିଷାନ ପୋର୍ଟାଲ୍ ସହ କୃଷକ ଓଡ଼ିଶା ୟୁନିଫାଏଡ଼୍ ପୋର୍ଟାଲ୍ର ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ପୋର୍ଟାଲ ଅଧୀନରେ ସି.ଏମ୍. କିଷାନ୍ ସି.ଏମ୍. କିଷାନ୍ ଓ ପି.ଏମ୍. କିଷାନ ଯୋଜନାରେ ନୂଆ ହିତାଧିକାରୀଙ୍କ ନାମ ପଞ୍ଜୀକରଣ କରାଯାଇପାରିବ । ଏହାଛଡ଼ା ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍ କରିବା ପାଇଁ ପି.ଏମ୍. କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ ନୂଆଖାଇଠାରୁ ଆରମ୍ଭ ହୋଇଛି। କାଳିଆ ଯୋଜନା ନେଇ ସିଏଜି ରିପୋର୍ଟରେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ପ୍ରକାଶ ପାଇଛି।
୭୮୨_କୋଟି_ନେଇଗଲେ ‘କାଳିଆ’ ଅଯୋଗ୍ୟ.
-ଅଯୋଗ୍ୟ କାଳିଆ ହିତାଧିକାରୀ ନେଇଗଲେ ୭୮୨ କୋଟି ଟଙ୍କା
-କାଳିଆ ନେଇ ସିଏଜି ରିପୋର୍ଟରେ ଆଖି ତରାଟିଲା ଭଳି ତଥ୍ୟ.
-୨୦୧୯ରୁ ୨୧ ମଧ୍ୟରେ ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ଦେଇଥିଲେ
-୪୧.୬୪ ଲକ୍ଷ ହିତାଧିକାରୀଙ୍କୁ ୩ ଥର, ୮.୦୯ ଲକ୍ଷଙ୍କୁ ୨ ଥର ଟଙ୍କା ମିଳିଛି
-୧୫ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ କେବଳ ଥରଟିଏ କିସ୍ତି ଟଙ୍କା ମିଳିଛି
-ଯୋଜନା କାର୍ଯ୍ୟକାରୀ ବେଳେ ୯.୭୬ ଲକ୍ଷ ଅଯୋଗ୍ୟ ହିତାଧିକାରୀ ମିଳିଥିଲେ
-ପରେ ଡାଟାବେସ୍ ବିଶ୍ମେଷଣ ବେଳେ ଆଉ ୨.୯୬ ଲକ୍ଷ ଅଯୋଗ୍ୟ ମିଳିଥିଲେ
-ଏମିତି ମୋଟ ୧୨.୭୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ କିସ୍ତି ପାଇଯାଇଥିଲେ
-ଏହି ୧୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ ୭୮୨ କୋଟି ନେଇଯାଇଥିଲେ
-ସେମିତି ତାଲିମ ନଦେଇ ୧୪.୦୪ ଭୂମିହୀନ କୃଷି ଶ୍ରମିକଙ୍କୁ ଟଙ୍କା ଦେଇଥିଲେ
-୧୪.୦୪ ଭୂମିହୀନ କୃଷି ଶ୍ରମିକ ୩ଟି କିସ୍ତି ଟଙ୍କା ପାଇଯାଇଥିଲେ