ଭୁବନେଶ୍ୱର : ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତର ଲହରୀ।୧୩ଟି ସହରର ରାତିର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଛି। ରାଜ୍ୟରେ ପାରଦ ପୁଣି ତଳମୁହାଁ ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ମାତ୍ର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ଜଗତସିଂହପୁର, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ କୋରାପୁଟ ବିଶେଷକରି, ସୁନ୍ଦରଗଡ ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କତା ଜାରି କରିଛି ବିଭାଗ। ଗୁରୁବାର ରାଉରକେଲାରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଛି । ନଭେମ୍ବର ଶେଷରେ ରାଜ୍ୟରେ ଥଣ୍ତା ଆରମ୍ଭ ହୋଇଥିଲା। ହେଲେ ଏହି ମାସ ଆରମ୍ଭରୁ ମେଘୁଆ ପାଗସାଙ୍ଗକୁ ଝିପିଝିପି ବର୍ଷା ଓ କୋହଲା ପାଗ ଯୋଗୁଁ ଶୀତ ହଠାତ କୁଆଡେ ଉଭେଇ ଯାଇଥିଲା। ହେଲେ ଗତ ୨ ଦିନ ହେଲାଣୀ ରାଜ୍ୟରେ ଥଣ୍ତା ବଢ଼ିବାରେ ଦେଖା ଯାଇଛି ।