ଭୁବନେଶ୍ୱର : ବାଘୁଣୀ ଜିନ୍ନତ ପାଇଁ ଝାଡ଼ଖଣ୍ଡରେ ଲାଗିଲା ୧୬୩ ଧାରା। ବାଘୁଣୀ ଭୟରେ ମଙ୍ଗଳବାର ଠାରୁ ୪ଟି ଗାଁରେ ସ୍କୁଲ ବନ୍ଦ ରହିଛି । ଏଥିସହ ଗାଁ ଲୋକ ଅଯଥାରେ ଘରୁ ନବାହାରିବାକୁ ସତର୍କ କରାଯାଇଛି ।ମିଳିଥିବା ସୂଚନା ଅନୁସାରେ ଶିମିଳିପାଳ ଅଭୟାରଣ୍ୟରୁ ଛାଡ଼ି ପଳାଇଥିବା ବାଘୁଣୀ ଜିନ୍ନତ ପାଇଁ ଝାଡଖଣ୍ତରେ ହାଇଆଲର୍ଟ ଜାରି କରାଯାଇଛି । ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଗୋଟିଏ ପଟେ କହିବାକୁ ଗଲେ ବାଘୁଣୀ ଜୀନ୍ନତ୍ ପାଇଁ ଅସ୍ତବ୍ୟସ୍ତ ହୋଇପଡିଲାଣି ଝାଡ଼ଖଣ୍ଡର ଚାକୁଳିଆ ବନାଞ୍ଚଳ ଅଞ୍ଚଳର ଜନଜୀବନ । ୬ ଦିନ ହେଲା ଶିମିଳିପାଳ ଅଭୟାରଣ୍ୟ ରୁ ଯାଇ ଝାଡ଼ଖଣ୍ଡ ଜଙ୍ଗଲରେ ଘୁରିବୁଲୁଛି ଜୀନ୍ନତ୍। ଫେରିବାର ନାଁ ନେଉନି । ଏଥିପାଇଁ ନକେଦମ୍ ହେଲେଣି ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ବନବିଭାଗର ପୁରା ଟିମ୍। ଖାଦ୍ୟ ପାଇଁ ଜଙ୍ଗଲ ଭିତରେ ଦେଇଥିବା ମଇଁଷି ଥୋପ ବି କାମ ଦେଲାନି। ବର୍ତ୍ତମାନ ସୁଦ୍ଧା ବିଭାଗର ସବୁ ପ୍ରୟାସ ଫେଲ ମାରିଚାଲିଥିବା ବେଳେ ପରବର୍ତ୍ତୀ ପଦକ୍ଷେପ କଣ ନିଆଯିବ ସେ ନେଇ ଚିନ୍ତାରେ ବିଭାଗ। ଦିନ ବଢିବା ସଙ୍ଗେ ସଙ୍ଗେ ବିଭିନ୍ନ ସମସ୍ୟା ସହିତ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ମଧ୍ୟ ବଢୁଥିବାର ଖବର ମିଳିଛି ।