ନୂଆଦିଲ୍ଲୀ : ପୋଲିସ ଆଗରେ ମୁଣ୍ଡ ନୁଆଁଇଲେ ପୁଷ୍ପା । ପୁଷ୍ପା-୨ ସ୍କ୍ରିନିଂ ବେଳେ ଦଳାଚକଟା ମାମଲାରେ ଗିରଫ ହେଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଗିରଫ ପରେ ଅଲ୍ଲୁ ଅର୍ଜୁନଙ୍କ କଥା ରେକଟ କଲା ପୋଲିସ । ସୂଚନା ଅନୁଯାୟୀ , ଡିସେମ୍ବର ୪ରେ, ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ‘ପୁଷ୍ପା ୨’ର ସ୍କ୍ରିନିଂ ସମୟରେ ଜଣେ ମହିଳା ପ୍ରାଣ ହରାଇଥିଲେ। ଏହି ମାମଲାରେ ଆଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଏଜେନ୍ସି ଏବଂ ଥିଏଟର ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଅଲ୍ଲୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ।
ସେ ଏକ ଭିଡିଓ ଶେୟାର କରିଥିଲେ ଏବଂ ମୃତ ମହିଳାଙ୍କ ପରିବାରକୁ ସମର୍ଥନ କରିବା ବିଷୟରେ କହିଥିଲେ । ୩୯ ବର୍ଷୀୟା ରେବତୀ ତାଙ୍କ ସ୍ୱାମୀ ଏବଂ ଦୁଇ ପିଲାଙ୍କ ସହ ସନ୍ଧ୍ୟା ଥିଏଟରରେ ‘ପୁଷ୍ପା ୨’ ଦେଖିବାକୁ ଆସିଥିଲେ। ହଠାତ୍ ଅଲ୍ଲୁ ମଧ୍ୟ ସେଠାରେ ପହଞ୍ଚିଥିଲେ। ଅଭିନେତାଙ୍କୁ ଦେଖି ପ୍ରଶଂସକଙ୍କ ଭିଡ଼ ଜମିବା ସହ ଥିଏଟରରେ ଦଳଚକଟା ହୋଇଥିଲା। ଶ୍ୱାସରୁଦ୍ଧ ହେତୁ ଅନେକ ଲୋକ ଚେତାଶୂନ୍ୟ ହୋଇପଡିଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମହିଳାଙ୍କ ପୁଅର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେପଟେ ଏନେଇ ମୁହଁ ଖୋଲିଥିଲେ ସୁପରଷ୍ଟାର୍ ଅଲ୍ଲୁ । ମୃତାଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଦେଇଥିଲେ ।