ଭୁବନେଶ୍ୱର : ଗତ କିଛି ଦିନରୁ ରାଜ୍ୟରେ ବୃଦ୍ଧି ପାଉଛି ଶୀତର ଲହରୀ। ଗତ ୪୮ ଘଣ୍ଟା ମଧ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ତେବେ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର କେତେକ ଅଂଚଳରେ ଘନ କୁହୁଡି଼ ଅଧିକ ମାତ୍ରାରେ ଅନୁଭୂତ ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ଏହି ସମୟରେ ଗଞାମ,ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡରେ ଘନ କୁହୁଡି଼ ପାଇଁ ସତର୍କ ସୂଚନା ଜାରି ହୋଇଛି। ଏଥିସହିତ ଓଡି଼ଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡିରେ ମଧ୍ୟ ପ୍ରବଳ ଥଣ୍ତା ସହ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଥିବା ବେଳେ ଏହାର ମଜା ନେଉଛନ୍ତି ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ । ଆଗାମୀ ଦିନରେ ଶୀତର ଲହରୀ ବୃଦ୍ଧି ପାଇବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କିନ୍ତୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିଭାଗ ପକ୍ଷରୁ ପ୍ରକାଶ ପାଇଛି।