ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ଏକ ଅବପାତ ସକ୍ରିୟ ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ଲଘୁଚାପ ଆସନ୍ତା ୧୭ ସୁଦ୍ଧା ଏହା ତାମିଲନାଡୁ ଉପକୂଳର ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରିବା ନେଇ ଆକଳନ କରାଯାଇଛି।
ଆଇଏମଡ଼ି ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ତାମିଲନାଡୁ ଉପକୂଳ ଆଡକୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଏହାର ପ୍ରଭାବରେ ସୋମବାର ତାମିଲନାଡୁ ଏବଂ ପୁଡୁଚେରୀରେ କେତେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ ହୋଇଛି ।ସେହିପରି ଶନିବାର ଓ ରବିବାର ଚେନ୍ନାଇ ସହର ଏବଂ ଉପକଣ୍ଠରେ କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ପୋଲି କହିଛି ପାଣିପାଗ ବିଭାଗ। ୧୭ ତାରିଖରେ ଚେଙ୍ଗାଲପେଟ୍ ସମେତ ୧୦ଟି ଉପକୂଳବର୍ତ୍ତୀ, ଡେଲ୍ଟା ଜିଲ୍ଲା ଏବଂ ଡିସେମ୍ବର ୧୮ ତାରିଖରେ ଚେଙ୍ଗାଲପେଟ୍ ଏବଂ କାଞ୍ଚିପୁରମ୍ ସମେତ ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ତାମିଲନାଡୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କୁଡ୍ଡାଲୋର ଏବଂ ମୟିଲାଦୁଥୁରାଇ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।