ଭୁବନେଶ୍ୱର : ଓଡିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ଜଣଙ୍କୁ ଗିରଫ କରି ବୁଦ୍ଧ ଜିଲ୍ଲାରେ ଥିବା ଏକ ଚିତାବାଘକୁ ଜବତ କରିଛି ବୋଲି ଶନିବାର ଏକ ସରକାରୀ ବିବୃତ୍ତିରେ କୁହାଯାଇଛି। ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍। ବୌଦ୍ଧ ଜିଲ୍ଲା ମନମୁଣ୍ଡା-ଶଗଡା ରାସ୍ତାର ମେହେରୁନି ବ୍ରିଜ୍ ନିକଟରେ ଏସଟିଏଫ୍ର ଚଢାଉ। କଲରାପତରିଆ ବାଘ ଛାଲ ଜବତ। ଜଣେ ଅଭିଯୁକ୍ତ ଗିରଫ। ସୂଚନାନୁଯାୟୀ, ବଲାଙ୍ଗିର ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା-ମନମୁଣ୍ଡା ରାସ୍ତା ମେହେରୁଣୀ ସେତୁ ନିକଟରେ ଚାଲିଥିଲା ଡିଲ୍ । ଗିରଫ ଅଭିଯୁକ୍ତ ହେଲା ପରିବନ୍ଧ ଗ୍ରାମର ନାରାୟଣ ମାଝୀ । ଗିରଫ ପରେ ତାକୁ କଣ୍ଟାମାଳ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ଏନେଇ ଏସଟିଏଫ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ ହୋଇଛି । ଜବତ କଲରାପତରିଆ ବାଘ ଛାଲକୁ ପରୀକ୍ଷା ପାଇଁ ଡେରାଡୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନକୁ ପଠାଯିବ ।