ବର୍ତ୍ତମାନ ଯୁବପିଢିଙ୍କ ଫାର୍ଷ୍ଟଫୁଡ୍ ଖାଦ୍ୟକୁ ବହୁତ ପସନ୍ଦ କରୁଛନ୍ତି । ଛୋଟ ଛୁଆଠାରୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ସମସ୍ତେ ଫାଷ୍ଟଫୁଡ ଖାଦ୍ୟକୁ ପସନ୍ଦ କରନ୍ତି । ଫାର୍ଷ୍ଟଫୁଡରେ ଅନେକ ପ୍ରକାରର ଖାଦ୍ୟ ମିଳିଥାଏ ଯେପରିକି ଚିକେନ ରୋଲ, ଚାଓମିନ୍, ଚିକେନ ପକଡା, ବର୍ଗର,ମୋମୋ ଏଭଳି ବହୁତ ପ୍ରକାରର ଖାଦ୍ୟ ମିଳିଥାଏ । ସେହିପରି ଚପ୍, ସିଙ୍ଗଡା, ବରା, ପକଡି ଆଦିରେ ତେଲ ଥାଏ, ତେଣୁ ଲୋକେ ତେଲରୁ ବର୍ତ୍ତିବା ପାଇଁ ମୋମୋ ଖାଇବାକୁ ଲୋକେ ପସନ୍ଦ କରନ୍ତି । ପ୍ରାୟତଃ ମୋମୋ ସହିତ ଏକ ଗରମ ସୁପ୍, ତାଜା କୋବି କିମ୍ବା ଚଟନି ଖାଇବା ସମସ୍ତଙ୍କୁ ପସନ୍ଦ । କିନ୍ତୁ ଆପଣ ଜାଣନ୍ତି କି ମୋମୋ ଖାଇବା ସ୍ୱାସ୍ଥ ପାଇଁ କେଲେ କ୍ଷତିକାରକ । ମୋମୋ ମଇଦାରୁ ତିଆରି ହୋଇଥାଏ । ଅଧିକ ମଇଦା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ।
ମୋମୋକୁ ନେଇ କ’ଣ କୁହନ୍ତି ବିଶେଷଜ୍ଞମାନେ ତାହା ଜାଣନ୍ତୁ :-
-ମୋମୋ ପ୍ରସ୍ତୁତ କରିବା ପାଇଁ ବ୍ଲିଚିଂ ମଇଦାର ବ୍ୟବହାର କରାଯାଇଥାଏ ।
-ଏହାସହ ଏଥିରେ ଅନ୍ୟ କେତେକ କେମିକାଲ୍ସ ମଧ୍ୟ ବ୍ୟବହାର ହୋଇଥାଏ ।
-ମୋମୋରେ ମନୋସୋଡିୟମ୍ ଗ୍ଲୁଟାମେଟ ରହିଥାଏ ।
-ଏହା ମନୁଷ୍ୟର ହାଡକୁ ଦୁର୍ବଳ କରିଦେଇଥାଏ ।
-ଏହା ଦ୍ବାରା ସ୍ନାୟୁଗତ ସମସ୍ୟା ଓ ବୈଷମ୍ୟତା ମଧ୍ୟ ସୃଷ୍ଟି ହୋଇଥାଏ ।
-ଏହାକୁ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହେଉଥିବା ପତ୍ରକୋବିକୁ ଠିକ୍ ରେ ରନ୍ଧା ଯାଇନଥାଏ ।
-ଏହାସହ ଏହାର ଚଟଣୀ ଏତେ ମାତ୍ରାରେ ରାଗ ହୋଇଥାଏ ଯେ ଅର୍ଶ ଭଳି ରୋଗ ମଧ୍ୟ ହୋଇପାରେ ।
-ଏଥିରେ ବେସିଲସ ସେରସ, କ୍ଲୋଷ୍ଟିଡିୟମ ପରଫ୍ରିଙ୍ଗେସ, ଷ୍ଟେଫିଲୋକୋକସ ଆରିୟସ ଏବଂ ସାଲ୍ମୋନେଲ ଭଳି ଜୀବାଣୁମାନ ରହିଥାନ୍ତି।
-ଏହି ସବୁ ଜୀବାଣୁ ମିଶି ମୋମୋ ଖାଉଥିବା ବ୍ୟକ୍ତିର ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି କରିଥାନ୍ତି।