ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ମହଙ୍ଗା ହୋଇପାରେ ମ୍ୟାଗି ନୁଡୁଲ୍ସ। ସ୍ୱିଜରଲ୍ୟାଣ୍ଡ ଭାରତ ସହିତ ୧୯୯୪ ମସିହାରେ ହୋଇଥିବା ଡବଲ୍ ଟ୍ୟାକ୍ସେସନ୍ ଏଡୱାନ୍ସ ଚୁକ୍ତିନାମା ଅନୁଯାୟୀ ମୋଷ୍ଟ ଫେଭର୍ଡ଼ ନେସନ(ଏମ ଏଫ ଏନ) କ୍ଲଜକୁ ସ୍ଥିଗିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯାହା ଜାନୁଆରୀ ୧ତାରିଖରୁ କାର୍ଯ୍ୟକାରୀ ହେବ । ବର୍ତ୍ତମାନ ୨୦୨୫ ଜାନୁଆରୀ ୧ରୁ ଡିଭିଡେଣ୍ଟ ଉପରେ ସୋର୍ସ ଷ୍ଟେଟରେ ୧୦% ଟିକସ ଲାଗୁ ହେବ । ନେସଲେ ସମେତ ସ୍ୱିସ୍ କମ୍ପାନୀଗୁଡ଼ିକୁ ଅଧିକ ଟିକସ ଦେବାକୁ ପଡିପାରେ । ଯାହାକି ପୂର୍ବ ହାର ଅପେକ୍ଷା ଅଧିକ ଅଟେ ।ସୁପ୍ରିମକୋର୍ଟଙ୍କ ୨୦୨୩ ମସିହାର ଏହି ରାୟ ପରେ ବିବାଦ ଆରମ୍ଭ ହୋଇଥିଲା । ୧୯୯୪ରେ ଭାରତ ଏବଂ ସ୍ୱିଜରଲାଣ୍ଡ ମଧ୍ୟରେ ଡବଲ ଟ୍ୟାକ୍ସେସନ୍ ଆଭଏଡାନ୍ସ ଆଗ୍ରିମେଣ୍ଟ(ଡିଟି ଟି ଏ )ରେ ଉପସ୍ଥିତ ମୋଷ୍ଟ ଫେଭର୍ଡ଼ ନେସନ(ଏମ ଏଫ ଏନ ) କ୍ଲଜକୁ ସ୍ଥଗିତ କରିବା ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ । ୨୦୨୫ ମସିହାର ଜାନୁଆରୀରୁ କାର୍ଯ୍ୟକାରୀ ହେବା ପାଇଁ କୁହାଯାଇଥିଲା । ଆୟକର ଅଧିନିୟମ ଅନୁଯାୟୀ ସୂଚନା ନଦେଲେ କାର୍ଯ୍ୟକାରୀ ହେବ ନାହିଁ ବୋଲି କୁହାଯାଇଥିଲା । ଏଭଳି ନିଷ୍ପତ୍ତିର ସିଧାସଳଖ ପ୍ରଭାବ ନେସଲେ ଭଳି ଅନ୍ୟାନ୍ୟ ସ୍ୱିସ୍ କମ୍ପାନୀ ଉପରେ ପଡ଼ିବ । ବର୍ତ୍ତମାନ ଏହି କମ୍ପାନୀଗୁଡ଼ିକୁ ଅଧିକ ଡିଭିଡେଣ୍ଟ ଦେବାକୁ ହେବ । ସ୍ୱିଜରଲ୍ୟାଣ୍ଡ ଯୁକ୍ତି ଦେଇଥିଲା ଯେ ଏହା ଭାରତକୁ ଉତ୍ତମ ଟିକସ ଚୁକ୍ତି ପ୍ରଦାନ କରୁଥିବା ଅନ୍ୟ ଦେଶମାନଙ୍କ ସହିତ ସମାନ ଲାଭ ପ୍ରଦାନ କରୁନାହିଁ । ପାରସ୍ପରିକ କ୍ରିୟାର ଅଭାବର ସମ୍ମୁଖୀନ ହୋଇ, ସ୍ୱିଜରଲ୍ୟାଣ୍ଡ ଏମ ଏଫ ଏନ ଧାରା ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଥିବା କୁହାଯାଉଛି । ନେସଲେ ଭଳି ସ୍ୱିସ୍ କମ୍ପାନୀଗୁଡ଼ିକ ଏବେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଲାଭାଂଶ ଟିକସ ହାର ଦେବେ । ନେସଲେ ସ୍ଲୋଭେନିଆ ଏବଂ ଲିଥୁନିଆ ଭଳି ଅନ୍ୟ ଦେଶ ସହିତ ଚୁକ୍ତିନାମା କରିଥିବାରୁ ୫% ଟିକସ ହାର ଦାବି କରି ଏକ ଆବେଦନ ଦାଖଲ କରିଥିଲା। ସୁପ୍ରିମକୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ, ଯାହା ଫଳରେ ଏପରି କମ୍ପାନୀଗୁଡ଼ିକ ଉପରେ ଟିକସ ବୋଝ ବୃଦ୍ଧି ପାଇବା ନେଇ ଜଣାପଡିଛି ।