ଯେଉଁମାନେ ଭାରତୀୟ ରେଳ ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି ଆସିଛି ସୁବର୍ଣ୍ଣ ସୁଯୋଗ । ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ବାହାରିଛି । ଯେଉଁମାନେ ଏହି ପଦବୀ ପାଇଁ ଆଶାୟୀ ରହିଛନ୍ତି ସେମାନେ ଆପ୍ଲିକେସନ ଲିଙ୍କ୍ ଆକ୍ଟିଭ ହେବା ପରେ ଆବେଦନ କରିପାରିବେ । ଏହି ନିଯୁକ୍ତି ଜରିଆରେ ୩ ହଜାର ୧୧୫ ଜଣଙ୍କୁ ମିଳିବ ଚାକିରି ।
ପ୍ରକାଶଥାଉକି, ଆରଆରସି ଇଆଇଆଇ ଅପ୍ରେଣ୍ଟିସ ପଦ ପାଇଁ ବର୍ତ୍ତମାନ ଆବେଦନ ଆମ୍ଭ ହୋଇନାହିଁ । ୨୪ ସେପ୍ଟେମ୍ବର ଆବେଦନ ତାରିଖ ରହିଥିବା ବେଳେ ଶେଷ ତାରିଖ ଅକ୍ଟୋବର ୨୩ରହିଛି । ଏହି ପଦବୀ ପାଇଁ କେବଳ ଅନଲାଇନରେ ଆବେଦନ କରିପାରିବେ ।ଆରଆରସି ଇଆଇର ଅପ୍ରେଣ୍ଟିସ ପଦରେ ଆବେଦନ କରିବା ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡ ଅଧୀନରେ ଦଶମ ପାସ୍ ହୋଇଥିବା ଆବଶ୍ୟକ । କିନ୍ତୁ ୫୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ ଅଟେ । ଏହାସହିତ ସମ୍ବନ୍ଧିତ ବିଭାଗରେ ଆଇଟିଆଇ ଏବଂ ଡିପ୍ଲୋମା ମଧ୍ୟ କରିଥିବା ଜରୁରୀ ଅଟେ । ଏହି ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ ଏବଂ ଓବିସିମାନଙ୍କ ପାଇଁ ୧୦୦ଟଙ୍କା ଫି ରହିଛି । କେବଳ ଅନଲାଇନରେ ହିଁ ଏହି ପେମେଣ୍ଟ କରିପାରିବେ । କହିରଖୁଛୁ କି, ଏହା ନନ ରିଫଣ୍ଡେବଲ ଅଟେ ଅର୍ଥାତ ଥରେ ପେମେଣ୍ଟ ହେବା ପରେ ଆଉ ଫେରସ୍ତ ହେବ ନାହିଁ । ତେବେ ଏହି ପଦବୀରେ ଚୟନ କରିବା ପାଇଁ କୌଣସି ପ୍ରକାରେ ପରୀକ୍ଷା ନାହିଁ ।