ଭୁବନେଶ୍ୱର : କଟକ ମଧୁପାଟଣା ଛକ ନିକଟରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ ଏକ ମୋ ବସରେ ନିଆଁ ଲାଗି ଯାଇଛି। ଏହି ବସ୍ଟି ଡିଜେଲ୍ ଚାଳିତ ବସ୍ ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଯାନ୍ତ୍ରିକ ତ୍ରୁଟି ଯୋଗୁ ମୋ ବସ୍ ଅପରାହ୍ନ ପ୍ରାୟ ୪ଟାରୁ ସେଠାରେ ଅଟକି ରହିଥିଲା। ଏହି ବାଟ ଦେଇ ଲୋକମାନେ ସ୍ବାଭାବିକ ଭାବେ ଯାତାୟାତ କରୁଥିଲେ। ହେଲେ ହଠାତ୍ ବସ୍ଟି ଜଳିବାକୁ ଲାଗିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ବା ବେଳକୁ ବସ୍ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ହେଲେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ଡ. ଏନ୍. ଥିରୁମାଲା ନାଏକ, ଜେନେରାଲ ମ୍ୟାନେଜର(ଅପରେଶନ ଆଣ୍ଡ୍ ମେଣ୍ଟନାନ୍ସ) ସଞ୍ଜୟ ବିଶ୍ୱାଳ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ପରିବହନ ବିଭାଗର ଡେପୁଟି କମିଶନରଙ୍କ ନେତୃତ୍ୱରେ ତଦନ୍ତ ପାଇଁ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି।