ଓ୍ବାଶିଂଟନ: ମହଙ୍ଗା ପଡିଲା ଭୁଲ ମନ୍ତବ୍ୟ । ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଭୁଲ ମନ୍ତବ୍ୟ ଦେଇ ଏବିସି ନ୍ୟୁଜକୁ ୧୫ମିଲିୟନ ଆମେରିକୀୟ ଡଲାର ତଣ୍ଡ ଗଣିବାକୁ ପଡିଛି। ଟ୍ରମ୍ପଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମାମଲାରେ ଏବେ ଚ୍ୟାନେଲକୁ ୧୨୭.୫ କୋଟି ଟଙ୍କା ଦେବାକୁ ପଡିବ। ତେବେ ଏହି ମାମଲାର ସମାଧାନ ପାଇଁ ଚ୍ୟାନେଲ ରାଜି ହୋଇଥିବା ବେଳେ ଏହି ରାଶିରେ ଏକ ନିଃଶୁଳ୍କ ଲାଇବ୍ରେରୀ ନିର୍ମାଣ ହେବ।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୦୨୪ରେ ଏକ ସାକ୍ଷାତକାର ସମୟରେ ଏବିସି ନ୍ୟୁଜ ନେଟୱାର୍କର ଆଙ୍କର୍ ଜର୍ଜ ଷ୍ଟିଫାନୋପୋଲସ ଦେଇଥିବା ବିବୃତ୍ତିପାଇଁ ଟ୍ରମ୍ପ ଫ୍ଲୋରିଡାର ଫେଡେରାଲ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଥିଲେ। ଉକ୍ତ ସାକ୍ଷାତକାରରେ ଆଙ୍କର୍ ଦାବି କରିଥିଲେ ଯେ ଲେଖକ ଇଜାନ କାରୋଲଙ୍କୁ ଅସଦାଚରଣ ତଥା ବଳାତ୍କାର କରିବାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହାକୁ ନେଇ ଟ୍ରମ୍ପ ଫ୍ଲୋରିଡାର ଫେଡେରାଲ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଥିଲେ।
ଅପରପକ୍ଷରେ ଏବିସି ନ୍ୟୁଜ ମୁଖପାତ୍ର ଏକ ବିବୃତ୍ତିରେ ମାଧ୍ୟମରେ କହିଛନ୍ତି ଯେ କୋର୍ଟରେ ଦାଖଲ ହୋଇଥିବା ସର୍ତ୍ତ ଅନୁଯାୟୀ ମକଦ୍ଦମାକୁ ଖାରଜ କରିବାକୁ ଉଭୟ ପକ୍ଷ ଏକ ଚୁକ୍ତି କରିଛନ୍ତି। ସମାଧାନର ଏକ ଅଂଶ ଭାବରେ ଟ୍ରମ୍ପଙ୍କ ଓକିଲଙ୍କ ଦେୟ ବହନ କରିବା ଏବଂ କ୍ଷମା ମାଗିବା ପାଇଁ ଏବିସି ନ୍ୟୁଜ ୧ ମିଲିୟନ ଡଲାର୍ ପ୍ରଦାନ କରିବ। ଏହାସହିତ ସର୍ବସାଧାରଣରେ ଟ୍ରମ୍ପଙ୍କୁ କ୍ଷମା ମାଗିବ।